ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୧୦୬ତମ ମନ୍ କି ବାତ୍; NCC ଦିବସରେ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ, କହିଲେ ବ୍ୟକ୍ତିତ୍ବ ନିର୍ମାଣ କରେ

Published By : Ankita S | November 24, 2024 12:40 PM

ନୂଆଦିଲ୍ଲୀ,୨୪/୧୧: ମନ୍ କି ବାତ୍ ଯୁବଗୋଷ୍ଠୀଙ୍କ ଶକ୍ତି । ଦେଶର ସାମୂହିକ ପ୍ରୟାସ ଉପଲବ୍ଧିର କଥା କୁଏ ମନ୍ କି ବାତ୍ । ଯୁବଗୋଷ୍ଠୀଙ୍କ ସ୍ବପ୍ନ ଓ ଆକାଂକ୍ଷା ହେଉଛି ମନ୍ କି ବାତ୍ । ଯୁବଗୋଷ୍ଠୀ ଦେଶର ପ୍ରଗତି ଆଣନ୍ତି । ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯୁବଗୋଷ୍ଠୀ ଏକାଠୀ ହୋଇ ବୋଲି ଦେଶର ପ୍ରଗତି ନେଇ ମନ୍ଥନ ଚିନ୍ତନ କରିଥାନ୍ତି ନିଶ୍ଚିନ୍ତ ଭାବରେ ରାସ୍ତା ବାହାରିଥାଏ । ଏନସିସି ବ୍ୟକ୍ତିତ୍ବ ନିର୍ମାଣ କରେ ବୋଲି ୧୧୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏନସିସି ଦିବସରେ କଲେଜ ଅନୁଭୂତି ବାଣ୍ଚିଲେ- ଆଜି ଏନସିସି ଡେ । ଆମେ ସ୍କୁଲ କଲେଜରେ ଏନସିସି କଥା ଶୁଣିଥିଲେ । ମୁଁ ବି ଏନସିସି କ୍ୟାଡେଟ ଥିଲି । ଏନସିସି ଯୁବଗୋଷ୍ଠୀଙ୍କୁ ଶୃଙ୍ଖଳିତ କରିଥାଏ । ନେତୃତ୍ବ ନେବାର ଦକ୍ଷତା ଓ ସେବାର ମନବୃତ୍ତି ଦିଏ । ପ୍ରାକୃତିକ ବିପର୍ଯ୍ୟୟ ଯେପରି ବନ୍ୟା, ଭୂମିକମ୍ପ କି ଅନ୍ୟ କିଛି ଦୁର୍ଘଟଣା ହେଉ ଏନସିସି କ୍ୟାଡେଟ ସାହାଯ୍ୟ ପାଇଁ ସବୁବେଳେ ଉପସ୍ଥିତ ଥାନ୍ତି । ୨୦୧୪ରେ ୧୪ ଲକ୍ଷରୁ ଅଧିକ ଏନସିସିରେ ଯୋଗ ଦେଇଥିଲେ। ୨୦୨୪ରେ ୨୦ ଲକ୍ଷରୁ ଅଧିକ ଏନସିସି କ୍ୟାଡେଟରେ ଯୋଗ ଦେଇଛନ୍ତି । ବର୍ତ୍ତମାନ ଦେଶରେ ୫ ହଜାର ସ୍କୁଲ କଲେଜରେ ଏନସିସି ସହ ଯୋଡି ହୋଇଛନ୍ତି । ଏବେ ଏନସିସିରେ ୪୦ ପ୍ରତିଶତ ମହିଳା କ୍ୟାଡେଟ ଅଛନ୍ତି । ଏନସିସି ଦିବସରେ କଲେଜ ସମୟର ଅନୁଭୂତି ମନେ ପକାଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିଜିଟାଲ ଆରେଷ୍ଟ ନେଇ କଲେ ସଚେତନ- ଯୁଗ ଆଗଉଛି । ଡିଜିଟାଇଜେସନର ବ୍ୟବହାର ବଢୁଛି । ଦେଶରେ ଡିଜିଟାଲ ଆରେଷ୍ଟର ଶିକାର ବୟସ୍କ ହେଉଛନ୍ତି ।  ଡିଜିଟାଲ ଆରେଷ୍ଟରୁ ବୟସ୍କଙ୍କୁ ସାବାଧାନ କରିବାରୁ ଯୁବଗୋଷ୍ଠୀ ଆଗକୁ ଆସୁଛନ୍ତି । ସରକାରରେ ଡିଜିଟାଲ ଆରେଷ୍ଟ ନାମରେ କୌଣସି ପ୍ରାବଧାନ ନାହିଁ ଏହା କେବଳ ଷଡଯନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଏନାରେ ଅଛି ମିନି ଇଣ୍ଡିଆ- ନିକଟରେ ପ୍ରଧାନମନ୍ତ୍ରୀ ଗୁଏନା ଗସ୍ତ କରିଥିଲେ । ଭାରତଠୁ ହଜାର କିମି ଦୂର ଗୁଏନାରେ ମିନି ଇଣ୍ଡିଆ ରହିଛି । ୧୮୦ ବର୍ଷ ପୂର୍ବରୁ ଗୁଏନା ଲୋକଙ୍କୁ ଅନ୍ୟ ଦେଶକୁ ରୋଜଗାର ପାଇଁ ଯିବାକୁ ପଡୁଥିଲା ମାତ୍ର ଏବେ ଦେଶର ଚିତ୍ର ବଦଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପରିବେଶ ସନ୍ତୁଳନରେ ଘରଚଟିଆଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଏବେ ଆଉ ଘରଚଟିଆ ଦେଖିବାକୁ ମିଳୁନାହାନ୍ତି । ଘରଚଟିଆ ଏବେ କେବଳ ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି । ଏହି ସୁନ୍ଦର ପକ୍ଷୀକୁ ଫେରାଇ ଆଣିବାକୁ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଉଛି  ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.