ନୂଆଦିଲ୍ଲୀ,୨୮/୦୯: ଜିଏସ୍ଟିର ନୂଆ ସ୍ଲାବ ଲାଗୁ ହେବା ପରେ ପ୍ରଥମ ମନ୍ କି ବାତ୍ରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୨୬ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହିଦ୍ ଭଗତ ସିଂ ଓ ମହାନ୍ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିଛନ୍ତି କହିବା ସହିତ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହୋଇ ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ସ୍ୱଦେଶୀ ସାମଗ୍ରୀ ଆପଣେଇବାକୁ ଅପିଲ୍ କରିଛନ୍ତି ।
ନାରୀ ଶକ୍ତିକୁ ପ୍ରଶଂସା- ନବରାତ୍ରୀରେ ଆମେ ଶକ୍ତିର ଉତ୍ସବ ମନାଇଥାଉ । ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ବିଜନେସ୍ଠୁ ନେଇ ଶିକ୍ଷା, କ୍ରୀଡା ସବୁ କ୍ଷେତ୍ରରେ ମହିଳା ଆଗରେ । ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଛନ୍ତି । ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି ଅସାଧ୍ୟ ନୁହେଁ । ଲେପ୍ଟଣ୍ଟାଣ୍ଡ କମାଣ୍ଡ ଦୀଲ୍ନା ଓ ରୁପାଙ୍କୁ ସାହସିକତା ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସ୍ୱଦେଶୀ ଆପଣେଇବାକୁ ଆହ୍ୱାନ- ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ନିକଟ ହେଉଛି । ସମସ୍ତେ ସ୍ୱଦେଶୀ ଆପଣାନ୍ତୁ । ଅତିକମ୍ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ । ଆଗାମୀ ଦିନରେ, ପର୍ବ ଏବଂ ଉତ୍ସବଗୁଡ଼ିକ କେବଳ ଆନନ୍ଦର ପର୍ବ ହେବ । ଆମେ ସବୁ ପର୍ବ ପାଇଁ ବହୁତ କିଣାକିଣି କରୁ । ଏବେ 'GST ସଞ୍ଚୟ ଉତ୍ସବ' ଚାଲିଛି । ଆପଣ ଏକ ପ୍ରତିଜ୍ଞା ନେଇ ଆପଣଙ୍କର ପର୍ବଗୁଡ଼ିକୁ ଆହୁରି ସ୍ୱତନ୍ତ୍ର କରିପାରିବେ । ଯଦି ଆମେ ଏହି ପର୍ବକୁ କେବଳ ସ୍ୱଦେଶୀ ଉତ୍ପାଦ ସହିତ ପାଳନ କରିବାକୁ ସଂକଳ୍ପ ନେବା, ତେବେ ଦେଖିବେ ଆମର ଉତ୍ସବର ଆନନ୍ଦ ବହୁଗୁଣିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ୟୁନ୍ସ୍କୋରେ ସାମିଲ ହେବ ଛଟ୍- ଆମ ପୂଜା, ପରମ୍ପରା ସଂସ୍କୃତିକୁ ଜୀବନ୍ତ କରିଥାଏ । ଛଟ୍ ପୂଜା ଏମିତି ଏକ ପବିତ୍ର ପର୍ବ ଯାହା ଦୀପାବଳି ପରେ ପଡେ । ସୂର୍ଯ୍ୟଙ୍କୁ ସମର୍ପିତ ଏହି ମହାନ୍ ପର୍ବ ବହୁତ ସ୍ୱତନ୍ତ୍ର । ଏଥିରେ ସୂର୍ଯ୍ୟଦେବତାଙ୍କୁ ଆରଧନା କରାଯାଏ । ଦେଶର କୋଣଅନୁକୋଣରେ ଛଟ୍ ପୂଜାର ଝଲକ ଦେଖିବାକୁ ମିଳେ । ଆଜି ଏହି ପୂଜା ଗ୍ଲୋବାଲ ହୋଇଛି । ଭାରତ ସରକାର ଛଟ ପୂଜାକୁ ନେଇ ବଡ ପ୍ରୟାସରେ ଲାଗିଛନ୍ତି । ଛଟ୍ ମହାପର୍ବକୁ ୟୁନ୍ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
'ସହିଦ୍ ଭଗତ ସିଂ ଦେଶବାସୀଙ୍କୁ ପ୍ରେରଣା'- ଯୋଦ୍ଧା ଭଗତ ସିଂହଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କୁ ପାଇଁ ସେ ପ୍ରେରଣାପୁଞ୍ଜ ଥିଲେ । ତାଙ୍କୁ ସ୍ୱଭାବରେ ନିର୍ଭୀକତା ଭରି ରହିଥିଲା । ବ୍ରିଟିଶଙ୍କ ବିରୋଧରେ ଅଦ୍ୟମ ସାହସ ଦେଖାଇଥିଲେ ଭଗତ ସିଂ । ଲୋକଙ୍କ ପୀଡା ପ୍ରତି ସମ୍ବେଦନଶୀଳ ଥିଲେ । ତାଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗରେ ରହୁଥିଲେ ।
ଲଦା ଦିଦିଙ୍କୁ ମନେ ପକାଇଲେ- ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହାନ୍ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଲତା ମଙ୍ଗେସକରଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ତାଙ୍କ ଗୀତରେ ଭାବନାକୁ ଆକର୍ଷିତ କରୁଥିବା ସବୁକିଛି ରହିଛି । ସେ ଯେଉଁ ଦେଶାତ୍ମବୋଧକ ଗୀତ ଗାଇଥିଲେ ତାହା ଲୋକମାନଙ୍କୁ ପ୍ରେରଣା ଦିଏ । ଭାରତୀୟ ସଂସ୍କୃତି ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା । ମୁଁ ଲତା ଦିଦିଙ୍କୁ ମୋର ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଲତା ଦିଦିଙ୍କ ସହିତ ମୋର ସ୍ନେହ ସମ୍ପର୍କ ସର୍ବଦା ଅକ୍ଷୁର୍ଣ୍ଣ ରହିଛି । ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାନ୍ତି । ମୁଁ ତାଙ୍କୁ କହିଥିଲି ଯେ ତାଙ୍କ ଗୀତ 'ଜ୍ୟୋତି କଳସ ଛଲକେ'କୁ ବହୁତ ଭଲ ପାଏ । "