ଗ୍ୟାଙ୍ଗଟକ୍, ୨୮/୦୪ : ସିକ୍କିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟକୁ ୫୦ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ରାଜଧାନୀ ଗ୍ୟାଙ୍ଗଟକ୍‌ ରେ ସକା ସୌନ୍ଦର୍ଯ୍ୟକୁ ଉପଭୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୁବକ ଯୁବତୀଙ୍କ ସହ ମିଶି ଖେଳିଲେ ଫୁଟବଲ୍। ସିକ୍କିମ ଗସ୍ତ ବେଳର ଫଟୋ ଏବଂ ଭିଡିଓ ମୋଦି ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି। ଗ୍ୟାଙ୍ଗଟକ୍ ରେ ସକାଳେ ଯୁବକମାନଙ୍କ ସହିତ ଫୁଟବଲ୍ ଖେଳିବା ତାଙ୍କ ପାଇଁ ଏକ ଅତ୍ୟନ୍ତ ଉତ୍ସାହଜନକ ଅଭିଜ୍ଞତା ଥିଲା। ଯାହାକି ତାଙ୍କୁ ନୂତନ ଶକ୍ତି ଏବଂ ସକାରାତ୍ମକତାର ଅନୁଭବ ଦେଇଛି। 

​​​​​​​

ସିକ୍କିମର ୫୦ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ସିକ୍କିମ ପୂର୍ବ ଭାରତର ସ୍ଵର୍ଗ ବୋଲି ମୋଦି କହିଛନ୍ତି ଏବଂ ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କୁ ରାଜ୍ୟର ଅର୍କିଡାରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଗ୍ୟାଙ୍ଗଟକ୍ ରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶକୁ ଧର୍ମ ଏବଂ ରାଜନୀତି ଆଧାରରେ ବିଭାଜିତ କରିବାକୁ ପ୍ରୟାସ କରାଯାଉଥିବା ବେଳେ ସିକ୍କିମ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଶକ୍ତିଶାଳୀ ପ୍ରତୀକ। 

​​​​​​​

ଏହି ଖବରଟିକୁ ପଢନ୍ତୁରାଜ୍ୟସଭାରେ ଜେଜ୍ରିଓ୍ବାଲଙ୍କୁ ବଡ ଝଟକା, ବିଜେପିରେ ସାମିଲ ହୋଇଥିବା ସମସ୍ତ ୭ ଜଣ ସାଂସଦକୁ ମିଳିଲା ମାନ୍ୟତା…