ଭୁବନେଶ୍ୱର, ୨୨।୩: କଣ୍ଠଶିଳ୍ପୀ ଦୀପ୍ତିରେଖାଙ୍କ ଭଜନ 'ଦୁର୍ଗତି ନାଶିନୀ ମା'ର ଭିଡିଓକୁ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜରେ ଏହି ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି । ଗୀତର ଲିଙ୍କ ସେୟାର କରି କ୍ୟାପସନରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ମାତା ଦେବୀଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ରହିଛି । ମାତା ଦେବୀଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କ ମନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ।