ଭୁବନେଶ୍ଵର, ୨୭/୯ : ଝାରସୁଗୁଡ଼ା ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ। ଓଡ଼ିଆରେ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୋଦି । କଂଗ୍ରେସକୁ ମାରିଲେ ତେରଛା ବାଣ। କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା। ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ ରୁ ୫ ହଜାର ଟିକସ ଆଦାୟ ହେଉଛି। ଜିଏସଟି କମ୍ ହେବା ସତ୍ତ୍ଵେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛନ୍ତି। ସିମେଣ୍ଟ ଦାମ୍ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି। ସାରା ଦେଶ ଜିଏସଟି ଉପକାର ପାଉଥିଲା ବେଳେ ହିମାଚଳବାସୀ ବଞ୍ଚିତ। ଓଡ଼ିଶା ଚାଷୀଙ୍କ ରାଜ୍ୟ । କଂଗ୍ରେସ ସମୟରେ ଟ୍ରାକ୍ଟର କିଣିଲେ ୭୦ ହଜାର ଟାସ୍କ ଦେବାକୁ ପଡୁଥିଲା । ଏବ ନୂଆ ଜିଏସଟି ଫଳରେ ୪୦ ହଜାର ବଞ୍ଚାଇ ପାରୁଛି ଚାଷୀ । ଧାନ ରୁଆ ମେସିନରେ ୧୫ ହଜାର, ପାୱାର ଟିଲର ପାଇଁ ୧୦ ହଜାର ବଞ୍ଚାଇ ପାରିବ । ଓଡ଼ିଶାରେ ଆଦିବାସୀଙ୍କ ପାଇଁ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଜିଏସଟି ସଂସ୍କାର ଫଳରେ ଆୟ ବଢିବ ।
ସେହିପରି ମୋଦି କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ଵଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି। ଯୁବପୀଡ଼ିଙ୍କୁ ଏଥିରୁ ସବୁଠୁ ବେଶି ଫାଇଦା ମିଳିବ। ଓଡ଼ିଶାର ଯୁବପିଢିଙ୍କୁ ରୋଜଗାର ମିଳିବ।
ପିଏମ୍ ପୁଣି କହିଛନ୍ତି ଯେ, ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦରକାର ତାହା ବିକଶିତ ହେବ। ସାରା ଦେଶରେ ୯୭ ହଜାର ୮୦୦ ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହେବ। ଭାରତ ସ୍ୱଦେଶୀ 4g ଟେକ୍ନୋଲୋଜି ବିକଶିତ କରିଛି । ବିଏସଏନଏଲ ଇତିହାସ ରଚିଛି । ଭାରତ ୫ ଦେଶ ଭିତରକୁ ଆସିଛି ଯାହା ପାଖରେ 4 g ଆରମ୍ଭ କରିବାକୁ ସ୍ବଦେଶୀ ଟେକ୍ନୋଲୋଜି ଅଛି । ଓଡ଼ିଶା ପାଇଁ ଗର୍ବର ବିଷୟ ଝାରସୁଗୁଡାରୁ ସ୍ବଦେଶୀ ବିଏସଏନଏଲ 4g ଶୁଭରମ୍ଭ ହେଲା । ୧ ଲକ୍ଷ ଟାୱାର ଅଛି, ଦେଶରେ ଏହା କ୍ରାନ୍ତି ଆଣିବ । ୩୦ ହଜାର ଗାଁ ଯେଉଁଠି ହାଇସ୍ପିଡ୍ ଇଣ୍ଟରନେଟ୍ ନଥିଲା ସେଠି ସୁଵିଧା ମିଳିବ । ଗାଁ ପିଲାଙ୍କୁ ଅନଲାଇନ କ୍ଲାସ, ଟେଲି ମେଡ଼ିସିନ, କୃଷି ସୂଚନା ପାଇଁବାରେ ସୁବିଧା ହେବ। ଆଗାମୀ ଦିନରେ ଏହି ଟାୱାର ଗୁଡିକ ଫାଇଭ ଜି ନେଟୱାର୍କରେ ପରିବର୍ତ୍ତନ ହେବ । ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ଏହି ସେବା ପାଇବେ।