- ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ପ୍ରଗତି ନେଇ ସମୀକ୍ଷା
- ଟ୍ରମ୍ପଙ୍କ ସହ କଥା ହେଲେ ମୋଦି
- ଟ୍ରେଡ୍ , ଏନର୍ଜୀ ଓ ଡିଫେନ୍ସରେ ସହଯୋଗ ବୃଦ୍ଧି ନେଇ ଆଲୋଚନା
ନୂଆଦିଲ୍ଲୀ – ରୁଷ୍ର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଭାରତ ଯାତ୍ରାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ଗୁରୁବାର ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ପାର୍ଟନରସିପ୍ରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ ତଥା ବାଣିଜ୍ୟ , ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଶକ୍ତି , ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ବିସ୍ତୃତ ବିଚାର ବିମର୍ଶ କରିଥିଲେ। ଏହି ସମୟରେ ଉଭୟ ନେତା ଚ୍ୟାଲେଞ୍ଜ ଗୁଡ଼ିକରୁ ବର୍ତ୍ତିବା ଓ ହିତ ଗୁଡ଼ିକୁ ଆଗକୁ ବଢାଇବା ପାଇଁ ମିଶି କାମ କରିବା ଉପରେ ସହମତି ହୋଇଛନ୍ତି।
କୁହାଯାଇଛି ଯେ, ଉଭୟ ନେତା ଭାରତ –ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିର ପାର୍ଟନରସିପ୍ରେ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତି କରିଥିଲେ। ଏହାସହ ସବୁ କ୍ଷେତ୍ରରେ ଦ୍ୱିପାକ୍ଷୀୟ ସହଯୋଗର ନିରନ୍ତର ମଜବୁତ ହେବାର ପ୍ରଶଂସା କରିଥିଲେ। ଏହି ସମୟରେ ପିଏମ୍ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିପାକ୍ଷୀୟ ବାଣିଜ୍ୟତୁ ବୃଦ୍ଧି କରାଇବାର ପ୍ରୟାସକୁ ଦ୍ରୁତ କରିବା ପାଇଁ ମହତ୍ୱ ଉପରେ ଜୋର ଦେଇଛନ୍ତି। ଉଭୟ ନେତା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା , ଶକ୍ତି , ପ୍ରତିରକ୍ଷା ଏବଂ ସୁରକ୍ଷା ତଥା ଅନ୍ୟ ପ୍ରାଥମିକତା ପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବାକୁ ମଧ୍ୟ ଆଲୋଚନା କରିଥିଲେ।
ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ପିଏମ୍ ମୋଦି ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ,ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବହୁତ ସୌହାର୍ଦ୍ଦପୂର୍ଣ୍ଣ ଓ ସାର୍ଥକ ଆଲୋଚନା ହୋଇଛି। ଆମେ ଭାରତ-ଆମେରିକା ଦ୍ୱିପାକ୍ଷୀୟ ସମ୍ୱନ୍ଧ ଗୁଡ଼ିକରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛୁ ତଥା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ମାମଲା ଉପରେ ବିଚାରର ଆଦାନ ପ୍ରଦାନ କରିଛୁ। ଭାରତ ଓ ଆମେରିକା ବୈଶ୍ୱିକ ଶାନ୍ତି , ସ୍ଥିରତା ତଥା ସମୃଦ୍ଧି ପାଇଁ ଏକାଠି ମିଶି କାମ ଜାରି ରଖିବେ।