ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଆରମ୍ଭ ୨୮ ଜାନୁଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ହୋଇ ଥିଲା। ଅଧିବେଶନର ଦ୍ୱିତୀୟ ଦିନ ଗୁରୁବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦ ଦିନ ଗୃହରେ ଆର୍ଥିକ ସର୍ଭେର ଉପସ୍ଥାପନ କରିଛନ୍ତି। ରବିବାର , ୧ ଫେବ୍ରୁଆରୀ ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ୯ମ ବଜେଟ୍ ଉପସ୍ଥାପନ କରିବେ।

ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ହୋଇଥିବା ବିଜନେସ ଆଡଭାଇଜରୀ କମିଟିର ବୈଠକରେ କେଉଁ ବିଷୟ ଉପରେ କେଉଁ ଗୃହରେ କେତେ ସମୟ ଆଲୋଚନା ହେବ ଏବଂ ଆଲୋଚନାର ଜବାବ କିଏ ଦେବ? ଏହା ମଧ୍ୟ ସ୍ଥିର ହୋଇ ଯାଇଛି। ବିଜେନେସ୍ ଆଡଭାଇଜରୀ କମିଟି (ବିଏସି)ର ଗୁରୁବାର ବୈଠକ ହୋଇଛି , ଯେଉଁଥିରେ ଏହା ସ୍ଥିର ହୋଇଛି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବରେ ଦୁଇ ଗୃହରେ ମୋଟ ୩୬ ଘଣ୍ଟା ଆଲୋଚନା ହେବ।

ଏହାସହ ମଧ୍ୟ ପଢନ୍ତୁ : ବଜେଟ୍ ପୂର୍ବରୁ ଆସୁଥିବା ଅର୍ଥନୈତିକ ସର୍ବେକ୍ଷଣ କ'ଣ ? ଜାଣନ୍ତୁ କାହିଁକି ଗୁରୁତ୍ଵପୂର୍ଣ୍ଣ...

ରାଷ୍ଟ୍ରପତି ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବରେ ଲୋକସଭାରେ ୧୮ ଘଣ୍ଟା ଓ ରାଜ୍ୟସଭାରେ ୧୬ ଘଣ୍ଟା ଆଲୋଚନା ହେବ। ଦୁଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବେ। ପିଏମ୍ ମୋଦି ଲୋକସଭାରେ ୪ ଓ ରାଜ୍ୟସଭାରେ ୫ ଫେବ୍ରୁଆରୀରେ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେବେ।

ଅନ୍ୟପଟେ , ବଜେଟ୍ରେ ଆଲୋଚନାକୁ ନେଇ ମଧ୍ୟ ଏତିକି ହିଁ ସମୟ ଆବଣ୍ଟିତ କରାଯାଇଛି। ବଜେଟ୍କୁ ନେଇ ଲୋକସଭାରେ ୧୮ ଓ ରାଜ୍ୟସଭାରେ ୧୬ ଘଣ୍ଟା ଆଲୋଚନା ହେବ। ଦୁଇ ଗୃହରେ ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୧୧ ଫେବ୍ରୁଆରୀରେ ଲୋକସଭାରେ ଏବଂ ୧୨ ଫେବ୍ରୁଆରୀରେ ରାଜ୍ୟସଭାରେ ବଜେଟ୍ ଉପରେ ଆଲୋଚନାର ଜବାବ ଦେବେ।

ଉଲ୍ଲେଖନୀୟ ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ପୂର୍ବରୁ ଆର୍ଥିକ ସର୍ଭେ ଉପସ୍ଥାପିତ କରି ଦେଇଛନ୍ତି। ଆର୍ଥିକ ସର୍ଭେରେ ସରକାରଙ୍କ ପକ୍ଷରୁ ୭.୨ ପ୍ରତିଶତ ଡିଜିପିର ଅନୁମାନ କରାଯାଉଛି। ସରକାରଙ୍କ ପକ୍ଷରୁ ଏହି ଆର୍ଥିକ ସର୍ଭେରେ ଏଆଇ ଉପରେ ଫୋକସର କଥା କୁହାଯାଇଛି।