ଚଣ୍ଡିଗଡ଼, ୧/୨ : ସନ୍ଥ ରବିଦାସଙ୍କ ଜୟନ୍ତୀରେ ପଞ୍ଜାବଠାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ମୋର ସମ୍ପର୍କ ଶ୍ରୀ ଗୁରୁ ରବିଦାସ ଜୀଙ୍କ ଜନ୍ମଭୂମୀ କାଶୀରୁ ଅଟେ । କାଶୀର ଲୋକେ ମୋତେ ଆର୍ଶୀବାଦ ଦେଇଛନ୍ତି ଏବଂ ସାଂସଦ ରୂପରେ କାଶୀର ସେବା କରିବାକୁ ବି ମୋତେ ସୌଭାଗ୍ୟ ମିଳିଛି । ମୁଁ ଯେତେବେଳେ ବି ସୀର ଗୋବର୍ଦ୍ଧନପୁର ଯାଇଥାଏ ବହୁ ସଂଖ୍ୟାରେ ମୋତେ ପଞ୍ଜାବର ଭାଇ ଭଉଣୀଙ୍କୁ ଭେଟିବାର ସୌଭାଗ୍ୟ ମିଳିଥାଏ ।

ମୁଁ ଏଥର ସନ୍ଥ ରବିଦାସ ଜୀଙ୍କ ପ୍ରେରଣା ଭୂମି ପଞ୍ଜାବର ବୀର ଭୂମିକୁ ଆସିଛି । ଏହି ସମୟରେ ପିଏମ୍ ମୋଦୀ କହିଛନ୍ତି କି ଏବେଠାରୁ କିଛି ସମୟ ପୂର୍ବରୁ ସନ୍ଥ ରବିଦାସ ଜୀଙ୍କ ନାଁରେ ଆଦମପୁର ଏୟାରପୋର୍ଟର ନୂଆ ନାମକରଣ ହୋଇଛି । ଆଦମପୁର ଏୟାରପୋର୍ଟ ଏବେ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ ଏୟାରପୋର୍ଟ ନାମରେ ପରିଚିତ ହେବ ।