ନୂଆଦିଲ୍ଲୀ: ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ୟୁଏଇ (UAE) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହାୟାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ପିଏମ ମୋଦି ତାଙ୍କୁ ଇଦ୍ର ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ନେତା ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଭାରତ UAE ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ UAE ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନାର ବିବରଣୀ ପୋଷ୍ଟ କରିଛନ୍ତି।
ହର୍ମୁଜ୍ ପ୍ରଣାଳୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା…
ପ୍ରଧାନମନ୍ତ୍ରୀ ମୋଦି UAE ରାଷ୍ଟ୍ରପତିଙ୍କ ସହ ହରମୁଜ ପ୍ରଣାଳୀରେ ସୁରକ୍ଷା ଏବଂ ଅବାଧ ଯାତ୍ରା ପ୍ରସଙ୍ଗରେ କଥା ହୋଇଛନ୍ତି। ଉଭୟ ନେତା ଏହି କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଏକାଠି କାମ ଜାରି ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
Spoke with my brother HH Sheikh Mohamed bin Zayed Al Nahyan, President of the UAE and conveyed advance Eid greetings.
— Narendra Modi (@narendramodi) March 17, 2026
We discussed the current situation in West Asia. Reiterated India’s strong condemnation of all attacks on the UAE that have resulted in loss of innocent lives…
X ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ…
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି କି, "ମୁଁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ କଥା ହୋଇଥିଲି ଏବଂ ଅଗ୍ରୀମ ଇଦ୍ ଶୁଭେଚ୍ଛା ଜଣାଇଥିଲି। ଆମେ ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲୁ।"ଆମେ ୟୁଏଇ ଉପରେ ହୋଇଥିବା ସମସ୍ତ ଆକ୍ରମଣର କଡ଼ା ନିନ୍ଦା କରିଛୁ।
ସୂଚନାଥାଉକି, ହରମୁଜ୍ ପ୍ରଣାଳୀ ଦେଇ ୨୦ ରୁ ଅଧିକ ଭାରତୀୟ ପତାକା ବାଣିଜ୍ୟିକ ଜାହାଜର ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ଭାରତ ତେହେରାନ ସହିତ ଯୋଗାଯୋଗରେ ଅଛି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ପରେ ଶନିବାର ପ୍ରତ୍ୟୁଷରେ ୯୨୭୧୨ ମେଟ୍ରିକ୍ ଟନ୍ ଏଲପିଜି ବହନ କରୁଥିବା ଦୁଇଟି ଭାରତୀୟ ପତାକା ଏଲପିଜି ବାହକ, ଶିବାଲିକ୍ ଏବଂ ନନ୍ଦା ଦେବୀ ହରମୁଜ୍ ପ୍ରଣାଳୀ ପାର ହୋଇଥିଲେ।