ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ପୁଲିସର ରାଜ୍ୟ ତଦନ୍ତକାରୀ ସଂସ୍ଥା (ଏସଆଇଏ) ଦେଶ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି କରାଉ ଥିବା ଅଭିଯୋଗରେ, ଗୁରୁବାର ‘କାଶ୍ମୀର ଟାଇମ୍ସ’ର କାର୍ଯ୍ୟାଳୟରେ କରିଛି ଚଢାଉ ଏବଂ ଅନ୍ୟ କିଛି ଜିନିଷ ବ୍ୟତୀତ ଏକେ-୪୭ ରାଇଫଲର କ୍ୟାଟ୍ରିଜ୍ ଓ ପିସ୍ତଲ ଜବତ କରିଛି। ଅଧିକାରୀମାନେ କହିଛନ୍ତି ଯେ, ଏସଆଇଏର ଅଧିକାରୀମାନେ ପ୍ରକାଶକ ଓ ପ୍ରମୋଟରଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପରେ ଖବରକାଗଜର ପରିସର ଓ କମ୍ପ୍ୟୁଟରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ।

ସେ କହିଛନ୍ତି ଯେ, ଚଢଉରେ ଏସଆଇଏ ଏକେ ରାଇଫଲର କ୍ୟାଟ୍ରିଜ୍ , ପିସ୍ତଲର କିଛି କ୍ୟାଟ୍ରିଜ୍ ଓ ହ୍ୟାଣ୍ଡ ଗ୍ରେନେଡ୍ ପିନ୍ ସମେତ ଅନ୍ୟ ଜିନିଷ ଜବତ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ, ପ୍ରକାଶନର ପ୍ରବର୍ତ୍ତକଙ୍କୁ ପଚରାପଚରି  କରାଯାଇପାରେ। ଅନ୍ୟପଟେ କାଶ୍ମୀର ଟାଇମ୍ସର ପ୍ରବନ୍ଧନ ପ୍ରକାଶନର ଜମ୍ମୁ କାର୍ଯ୍ୟାଳୟରେ ଚଢାଉକୁ କଡ଼ା ସମାଲୋଚନା କରିଛି ଏବଂ କହିଛି ଯେ ,ରାଜ୍ୟ ବିରୋଧରେ କାର୍ଯ୍ୟକଳାପ ବିରୋଧରେ ଏକ ସ୍ୱତନ୍ତ୍ର ମିଡ଼ିଆ ସଂସ୍ଥାକୁ ଦମନ କରିବାକୁ ଏକ ଯୋଜନାବଦ୍ଧ ପ୍ରୟାସ।

ସୋସିଆଲ ମିଡ଼ିଆରେ ଜାରି ଏକ ମିଳିତ ବୟାନରରେ ସଂପାଦକ ପ୍ରବୋଧ ଜାମୱାଲ ଓ ଅନୁରାଧା ଭସିନ କହିଛନ୍ତି – ଜମ୍ମୁରେ ଆମ କାର୍ଯ୍ୟାଳୟରେ ଚଢାଉ , ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ ଗୁଡ଼ିକର ଭିତ୍ତିଭୀନ ଅଭିଯୋଗ ଓ କାଶ୍ମୀର ଟାଇମ୍ସ ଉପରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଆମକୁ ଚୁପ୍ ଚରାଇବାରେ ଆଉ ଏକ ଚେଷ୍ଟା। ସେ କହିଛନ୍ତି ଯେ ସରକାରଙ୍କର ସମାଲୋଚନା କରିବା ଓ ସରକାରଙ୍କ ସହ ଶତ୍ରୁତା କରିବା ଏକାଭଳି ନୁହେଁ। ବାସ୍ତବରେ , ଏହା ଏହାର ପୂରା ଓଲଟା । ଏକ ଦୃଢ , ପ୍ରଶ୍ନ ପଚାରୁଥିବା ପ୍ରେସ୍ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଜରୁରୀ।