ଭୁବନେଶ୍ୱର,୧୩/୦୧: ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ସୋମବାର ୭ ଜଣ ପରୀକ୍ଷାର୍ଥୀଙ୍କୁ ଜେରା କରିଛି । ଏମାନେ କାହା ଲିଙ୍କ୍ରେ ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ । କାହାକୁ କେତେ ଟଙ୍କା ଦେଇଥିଲେ । କେଉଁଠି ଆଉ କେତେ ଥର ପରୀକ୍ଷା ତାଲିମ ଦେବାକୁ ଯାଇଥିଲେ । ଏ ସବୁ ପ୍ରଶ୍ନନେଇ ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲା ସିବିଆଇ । ୭ ଜଣଙ୍କୁ ସିବିଆଇ ଗତ ସପ୍ତାହରେ ସମନ କରିଥିଲା । ସେମାନେ ସୋମବାର ହାଜର ହୋଇଥିଲେ । ସେପଟେ ଆଉ କିଛି ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ କରିଛି । ସେମାନେ ଖୁବ୍ଶୀଘ୍ର ହାଜର ହେବେ ବୋଲି ଜଣାପଡିଛି । ଏହି ଜାଲିଆତି ଘଟଣାରେ ଗିରଫ ହୋଇଥିବା ଦଲାଲ୍ ମୁନା ମହାନ୍ତର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବାରମ୍ବାର ତାଙ୍କୁ ଜେଲ୍ରୁ ହସ୍ପିଟାଲ୍ ନିଆ ଯାଉଛି।