ଭୁବନେଶ୍ୱର ୧୯/୧୨: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଖୋଳତାଡ଼। ଆଜିଠୁ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ। ଝାରପଡ଼ା ଜେଲ୍‌ରୁ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ଦୁଇ ସହଯୋଗୀ ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚାରଉଚାର କରିବ ସିବିଆଇ ।ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ସେପ୍ଟେମ୍ବର ୨୯ ତାରିଖରେ ତିନିଟି ବସ୍‌ରେ କିଛି ଆଶାୟୀ ପୁଲିସ୍ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ବିଶାଖପାଟଣାମ୍ ନିଆଯାଉଥିବା ସୂଚନା ପାଇଥିଲା ବ୍ରହ୍ମପୁର ପୁଲିସ । ପୁଲିସର ୩ଟି ଟିମ୍ ଶ୍ରୀକାକୁଲମ୍‌ରେ ବସ୍‌କୁ ଅଟକାଇ ସେମାନଙ୍କୁ ବ୍ରହ୍ମପୁର ଆଣିଥିଲା । ୩ଜଣ ଦଲାଲ ଓ ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା । ବ୍ରହ୍ମପୁରରେ ୧୧୪ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ଜାମିନ୍ ହୋଇସାରିଥିବା ବେଳେ ଶଙ୍କର ପୃଷ୍ଟି ସହ ୧୨ଜଣ ଦଲାଲ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଅଛନ୍ତି।