ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତରେ ତିନି ଦିନିଆ ରାଜକୀୟ ଶୋକ, ସରକାରୀ ଭବନରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

Published By : Anindita Ratha | April 22, 2025 10:13 AM

ନୂଆଦିଲ୍ଲୀ,୨୨/୦୪: ଗତକାଲି ରୋମାନ କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ହୋଇଛି । ଯାହାକୁ ନେଇ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି। ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସ ସୋମବାର ସକାଳ ୭:୩୫ରେ ଭାଟିକାନରେ ଥିବା ତାଙ୍କ ବାସସ୍ଥାନ କାସା ସାନ୍ତା ମାର୍ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୃଦଗାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। 

ତେବେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, “ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପାଇଁ ସମଗ୍ର ଭାରତରେ ୩ ଦିନିଆ ରାଜକୀୟ ଶୋକ ପାଳନ କରାଯିବ।” ଏହି ଶୋକ ଏପ୍ରିଲ ୨୨ ଅର୍ଥାତ ଆଜି   ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ଏବଂ ତାଙ୍କ ଅନ୍ତିମ ସଂସ୍କାର ଦିନ ପାଳନ କରାଯିବ। ଏହି ସମୟରେ ଭାରତରେ ଜାତୀୟ ପତାକା ନିୟମିତ ଉଡୁଥିବା ସମସ୍ତ ସରକାରୀ ଇମାରତରେ ଅର୍ଦ୍ଧନମିତ ରହିବ ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।

ଏହା ମଧ୍ୟ ମଧ୍ୟ ପଢନ୍ତୁ-  ଡେଲ୍ଟା ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୋପ୍ ଫ୍ରାନ୍ସିସ ହେଉଛନ୍ତି ୨୦୧୩ରେ ପ୍ରଥମ ଲାଟିନ ଆମେରିକୀୟ ଏବଂ ପ୍ରଥମ ଜେସୁଇଟ ପୋପ୍ ଭାବେ ନିର୍ବାଚିତ ହୋଇଥିଲେ।  ତାଙ୍କ ୧୨ ବର୍ଷର କାର୍ଯ୍ୟକାଳରେ ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ସାମାଜିକ ନ୍ୟାୟ ପାଇଁ ତାଙ୍କର ଅବଦାନ ପାଇଁ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଥିଲେ। ତାଙ୍କର ନମ୍ରତା, ସହାନୁଭୂତି ଏବଂ ଅସହାୟଙ୍କ ପାଇଁ ସମର୍ପଣ ତାଙ୍କୁ କ୍ୟାଥୋଲିକ ସମୁଦାୟ ତଥା ଅଣ-କ୍ୟାଥୋଲିକଙ୍କ ମଧ୍ୟରେ ଅତ୍ୟନ୍ତ ସମ୍ମାନୀୟ କରିଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.