ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡେଲ୍ଟା ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Anindita Ratha | April 22, 2025 9:29 AM

ନୂଆଦିଲ୍ଲୀ,୨୨/୦୪: ଆମେରିକାରେ ଅଘଟଣ । ଅରଲାଣ୍ଡୋ ଅନ୍ତର୍ଜାତୀୟ  ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ ।  ଅଳ୍ପକେ ବର୍ତ୍ତିଲେ ୨୮୨ ଯାତ୍ରୀ । ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା। 

ତେବେ ସୂଚନା ଅନୁସାରେ, ସୋମବାର ଅର୍ଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବାହାର କରାଯାଇଥିଲା । ଟର୍ମିନାଲରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ କଏଦ ହୋଇଥିବା ଡାହାଣ ଇଞ୍ଜିନରୁ ନିଆଁ ବାହାରିବା ଘଟଣାର ତଦନ୍ତ ଆରମ୍ଭ  ହୋଇଛି। 

ଏହା ମଧ୍ୟ ପଢନ୍ତୁ- ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, କ୍ରାଉନ୍ ଫ୍ରିନ୍ସଙ୍କ ସହ ଏହି ମୁଦ୍ଦାରେ ହେବ ଚର୍ଚ୍ଚା

ବିମାନରେ ୨୮୨ ଜଣ ଯାତ୍ରୀ ଥିଲେ। ତେବେ ଏହି ଘଟଣା ନେଇ  କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ବିମାନ କମ୍ପାନୀ କହିଛି ଯେ ଆମେ ଆମର ଯାତ୍ରୀମାନଙ୍କ ସହଯୋଗକୁ ପ୍ରଶଂସା କରୁଛୁ । ଏପରି ଗୋଟିଏ ବଡ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ସୁରକ୍ଷାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.