ନୂଆଦିଲ୍ଲୀ, ୨୨/୦୯: ମହିଳା ସଂରକ୍ଷଣ ବିଲ୍ ଆଣିବା ବଡ଼ ପଦକ୍ଷେପ । ତେବେ ଏହା ଲାଗୁ ପାଇଁ ଜାତିଗତ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ ଆବଶ୍ୟକ । କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରଙ୍କ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରି କହିଛନ୍ତି, ଓବିସି କୋଟା ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଏହା ଏକ ରଣନୀତି ।
ଶୁକ୍ରବାର ରାହୁଲ୍ ଗାନ୍ଧୀ, କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ଓବିସି କୋଟା ପ୍ରସଙ୍ଗରୁ ଧ୍ୟାନ ଭଙ୍ଗ ପାଇଁ ମହିଳା ସଂରକ୍ଷଣ ବିଲ୍ ଅଣାଯାଇଛି । କିନ୍ତୁ କେହି ଜାଣି ନାହାନ୍ତି ମହିଳା ସଂରକ୍ଷଣ ବିଲ୍ କେବେ ଲାଗୁ ହେବ ।
‘ଭାରତକୁ ମିଳିବନି ତ୍ରାହି’, କାନାଡ଼ାର ଅଭିଯୋଗ ଉପରେ ଟ୍ରୁଡୋଙ୍କ ସାଥ୍ ଦେଲା ହ୍ୱାଇଟ୍ ହାଉସ୍
ରାହୁଲ୍ ଆହୁରି କହିଛନ୍ତି, ଏହା ନିଶ୍ଚିତ ଶତ ଯେ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହା ଏକ ଜଟିଳ ମାମଲା ନୁହେଁ । ସରକାର ଏହା ଏବେ ଆଣିଛନ୍ତି କିନ୍ତୁ, ଏବେଠୁ ୧୦ ବର୍ଷ ପରେ ଲାଗୁ ହେବ । କେହି ବି ଜାଣି ନାହାନ୍ତି, ସେତେବେଳେ ଏହା ଲାଗୁ ହେବ କି ନାହିଁ ।
ଏନେଇ ସେ ସଂସଦରେ ପ୍ରଶ୍ନ କରିଥିବା କହିଛନ୍ତି ରାହୁଲ୍ ଗାନ୍ଧୀ । ମହିଳା ସଂରକ୍ଷଣରେ ଓବିସିଙ୍କୁ ସଂରକ୍ଷଣ ଦେବାକୁ ରାହୁଲ୍ ଦାବି କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କୁହନ୍ତି ସେ ଓବିସିଙ୍କ ଲାଗି ବହୁତ କିଛି କରୁଛନ୍ତି । ଯଦି ସେ ଏମାନଙ୍କ ଲାଗି ଏତେ କିଛି କରୁଛନ୍ତି । ତାହେଲେ ୯୦ରୁ ମାତ୍ର ୩ ଜଣ କାହିଁକି ଓବିସି ସମୁଦାୟରୁ । ଦେଶର ମୋଟ ବଜେଟର ମାତ୍ର ୫ ପ୍ରତିଶତ ଓବିସିଙ୍କ ନିୟନ୍ତ୍ରଣରେ ବୋଲି ରାହୁଲ କହିଛନ୍ତି ।
ଦଶହରାରେ ଶୋଭା ପାଇବ ସୁଉଚ୍ଚ ତୋରଣ: ଖାନ୍ନଗରରେ ମୀନାକ୍ଷୀ ମନ୍ଦିର, ମାଲ୍ଗୋଦାମ୍ରେ ଚମକିବ କେଦାରନାଥ ମନ୍ଦିର