ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଫ୍ରାନ୍ସ, ସ୍ପେନ୍ ଓ ପର୍ତ୍ତୁଗାଲରେ ବ୍ଲାକଆଉଟ୍ : ଟ୍ରାଫିକ୍ ଲାଇଟରୁ ନେଇ ମୋବାଇଲ୍ ନେଟୱାର୍କ ବନ୍ଦ, ଅଧାବାଟରେ ଫଶିଲା ଟ୍ରେନ୍

Published By : Prameya | April 28, 2025 7:46 PM

ନୂଆଦିଲ୍ଲୀ,୨୮।୪: ୟୁରୋପର ଅନେକ ଦେଶରେ ହଠାତ୍ ଦେଖାଦେଇଛି ଗମ୍ଭୀର ବିଦ୍ୟୁତ୍ ସଙ୍କଟ । ସ୍ପେନ ଏବଂ ପର୍ତ୍ତୁଗାଲ ସମେତ ଅନେକ ଅଞ୍ଚଳରେ ବ୍ଲାକଆଉଟ୍। ଯାହାକି ବିମାନ ସେବା ଠାରୁ ଆରମ୍ଭ କରି ମେଟ୍ରୋ ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ କରିଛି। ଅପରାହ୍ନ ସମୟରେ, ମାଡ୍ରିଡ୍ ଠାରୁ ଲିସବନ ପର୍ଯ୍ୟନ୍ତ ଏକ ବଡ଼ ଅଞ୍ଚଳ ଅନ୍ଧାରରେ ବୁଡ଼ି ଯାଇଛି। ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉଭୟ ଦେଶ ତୁରନ୍ତ ପ୍ରୋଟୋକଲ କାର୍ଯ୍ୟକାରୀ କରିଛନ୍ତି। ବର୍ତ୍ତମାନ ଏହା ପଛର କାରଣ ତଦନ୍ତ କରାଯାଉଛି। ଏହା ଏକ ସାଇବର ଆକ୍ରମଣ ମଧ୍ୟ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଫ୍ରାନ୍ସର କିଛି ସହର ମଧ୍ୟ ଏହି ବ୍ଲାକଆଉଟ୍‌ରେ ପ୍ରଭାବିତ ହୋଇଛି। ଟ୍ରାଫିକ୍ ସିଷ୍ଟମ ଠାରୁ ନେଇ ମୋବାଇଲ୍ ନେଟୱାର୍କ ସବୁ କିଛି ହୋଇଯାଇଛି ବନ୍ଦ। 

ସ୍ପେନ୍ ସରକାର ବିଜୁଳି କମ୍ପାନୀ ‘ରେଡ୍ ଇଲେକ୍ଟ୍ରିକା’ କହିଛି ସେ ବିଜୁଳି ଯୋଗାଣ ଆରମ୍ଭ କରିବା ପାଇଁ କାମ କରୁଛି। ବର୍ତ୍ତମାନ ବ୍ଲାକଆଉଟର କାରଣ ବିଶ୍ଲେଷଣ କରୁଛି। ସେପଟେ ପର୍ତ୍ତୁଗାଲର ଗ୍ରୀଡ୍ ଅପରେଟର 'ଇ-ରେଡେସ୍' କହିଛି ଯେ ୟୁରୋପୀୟ ପାୱାର ଗ୍ରୀଡ୍‌ରେ ସମସ୍ୟା ଯୋଗୁଁ ଏହି ସଙ୍କଟ ଉପୁଜିଛି। ପ୍ରାରମ୍ଭିକ ତଦନ୍ତରେ, ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିବାର ମୁଖ୍ୟ କାରଣ ଭୋଲଟେଜ୍ ଅସନ୍ତୁଳନ ବୋଲି ବିଶ୍ୱାସ କରାଯାଉଛି। ବ୍ଲାକଆଉଟ୍ କାରଣରୁ ଟ୍ରାଫିକ୍ ଲାଇଟ୍ ବନ୍ଦ ହୋଇଯାଇଛି ଓ ମେଟ୍ରୋ ସେବା ମଧ୍ୟ ବନ୍ଦ ହୋଇଛି। ରାସ୍ତାଘାଟ ସବୁ ଅନ୍ଧାର ହୋଇପଡିଛି। ହସ୍ପିଟାଲଗୁଡ଼ିକରେ ବ୍ୟାକଅପ୍ ଜେନେରେଟର ସାହାଯ୍ୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକ ଚାଲୁଛି, କିନ୍ତୁ ଅଧିକାରୀମାନେ ହସ୍ପିଟାଲ କର୍ମଚାରୀମାନଙ୍କୁ କମ୍ପ୍ୟୁଟର ବନ୍ଦ କରିବାକୁ ଏବଂ ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଙ୍କଟ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ପେନରେ ଏକ ସଙ୍କଟ ପରିଚାଳନା କମିଟି ଗଠନ କରାଯାଇଛି। 

ସ୍ପାନିଶ ଅଧିକାରୀଙ୍କ କହିବା ଅନୁସା‌ରେ, ଏପର୍ଯ୍ୟନ୍ତ ବ୍ଲାକଆଉଟ୍‌ ପଛରେ ସାଇବର ଆଟାକ୍‌କୁ ଖଣ୍ଡନ କରିହେବନ। ଏହାର ଯାଞ୍ଚ କରାଯାଉଛି। ୟୁରୋପରେ ଏହା ପୂର୍ବରୁ ମଧ୍ୟ ଛୋଟମୋଟ ସମସ୍ୟାରେ ବ୍ଲାକଆଉଟ୍ ହୋଇଥିଲା। ୨୦୦୩ ରେ ସ୍ବିଜରଲାଣ୍ଡରେ ଏକ ଗଛପଡି ବିଜୁଳି କଟିବା ପରେ ପୁରା ଇଟାଲୀ ଅନ୍ଧାରେ ବୁଡି ଯାଇଥିଲା। ତେଣୁ ଏଥର ମଧ୍ୟ ଯାନ୍ତ୍ରିକ ସମସ୍ୟା କିମ୍ବା ସାଇବର ଆକ୍ରମଣ ଉଭୟର ସମ୍ଭାବନାକୁ ଧ୍ୟାନରେ ରଖି ଯାଞ୍ଚ କରାଯାଉଛି। ବିବିସିର ରିପୋର୍ଟ ଅନୁସାରେ, ସ୍ପେନ୍‌ର ରାଷ୍ଟ୍ରୀୟ ରେଲଓ୍ବେ କମ୍ପାନୀ ରେନଫେ କହିଛି, ସ୍ଥାନୀୟ ସମୟ ଅନୁସାରେ, ୧୨ଟା ୩୦ ମିନିଟ୍‌ରେ ଦେଶରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀ ବିଦ୍ୟୁତ ଗ୍ରୀଡ୍ କଟି ଯାଇଥିଲା। ଟ୍ରେନ୍‌ ଅଧାବାଟରେ ଅଟକି ରହିଥିଲା। କୌଣସି ଷ୍ଟେସନ୍‌କୁ ଟ୍ରେନ୍ ଯିବା ଆସିବା କରିବା ସମ୍ଭବ ନଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.