ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଚନ୍ଦ୍ରଯାନ-୪ର ରୋଭର ପୂର୍ବ ଅପେକ୍ଷା ୧୨ ଗୁଣା ଅଧିକ ଓଜନ, ଇସ୍ରୋ ଦେଲା ବଡ଼ ଅପଡେଟ୍

Published By : Harapriya Biswal | November 27, 2024 5:06 PM

ନୂଆଦିଲ୍ଲୀ,୨୭।୧୧:  ଚନ୍ଦ୍ରଯାନ ୩ ଇତିହାସ ରଚିବା ପରେ ଏବେ ଭାରତ ଆଗାମୀ ଉପଲବ୍ଧି ଚନ୍ଦ୍ରଯାନ ୪ ଆଡକୁ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହାର ଆକାରକୁ ନେଇ ବଡ଼ ଅପଡେଟ୍ ଆସିଛି। କୁହାଯାଉଛି ଯେ, ଚନ୍ଦ୍ରଯାନ ୩ ତୁଳନାରେ ଚନ୍ଦ୍ରଯାନ-୪ ଖୁବ୍ ଭାରି ହେବାକୁ ଯାଉଛି। ଚନ୍ଦ୍ରଯାନ-୩ ଅଗଷ୍ଟ ୨୦୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ କରିଥିଲା ସଫ୍ଟ ଲ୍ୟାଣ୍ଡିଂ।

ଭାରତୀୟ ମହାକାଶ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ)ର କହିବା ଅନୁସାରେ, ଚନ୍ଦ୍ରଯାନ ୪ ଗତ ଚନ୍ଦ୍ରଯାନ ତୁଳନାରେ ୧୨ ଗୁଣା ଅଧିକ ଓଜନ ରହିଛି। ଇସ୍ରୋ ଅର୍ଥାତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟରର ନିର୍ଦେଶକ ନୀଲେଶ ଦେଶାଇ କହିଛନ୍ତି, ନୂଆ ରୋଭରର ଓଜନ ୩୫୦ କିଲୋଗ୍ରାମ ରହିବ। ସେଭଳି ଚନ୍ଦ୍ରଯାନର ଓଜନ ୩୦ କିଲୋଗ୍ରାମ ଥିଲ। ପୂର୍ବର ପ୍ରଜ୍ଞାନ ରୋଭର ୫୦୦ X ୫୦୦ ମିଟର ଏରିଆ କଭର କରୁଥିଲା। ତେବେ ନୂଆ ରୋଭର ୧ X ୧ କିଲୋମିଟରର ହୋଇପାରେ। କୁହାଯାଉଛି ଯେ, ଏହାଦ୍ବାରା ଚନ୍ଦ୍ରରେ ରିସର୍ଚ୍ଚର ପରିସୀମା ବଢାଇ ଦିଆଯିବ।ମିଶନକୁ ୨୦୩୦ ପର୍ଯ୍ୟନ୍ତ ଆରମ୍ଭ କରାଯାଇପାରେ। 

ରୋଭରର ଆକାରରେ ହୋଇଥିବା ଏହି ବୃଦ୍ଧି ଇସ୍ରୋର ବ୍ୟାପକ ପ୍ଲାନର ଅଂଶ। ଏହା ଅନୁସାରେ ଚନ୍ଦ୍ରପୃଷ୍ଠରେ ସନ୍ଧାନ ଓ ନମୁନା ଫେରାଇ ଆଣିବା ସାମିଲ ରହିଛି। ଖାସ୍ କଥା ଏହା ଯେ, ଚନ୍ଦ୍ରଯାନ-୪ ମିଶନ୍‌ର ଉଦେଶ୍ୟ କେବଳ ଚନ୍ଦ୍ରରେ ଲ୍ୟାଣ୍ଡିଂ ନୁହେଁ, ବଂର ପୃଥିବୀକୁ ସାମ୍ପଲ ଆଣିବାର ଯୋଜନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.