ନୂଆଦିଲ୍ଲୀ,୨୧/୦୩ : ଧୁରନ୍ଧର...ଧୁରନ୍ଧର...ଧୁରନ୍ଧର । ନାଁ ଯେପରି ଫିଲ୍ମ ବି ସେମିତି । କାହାଣୀ, ଆକ୍ସନ ସବୁଥିରେ 'ଧୁରନ୍ଧର' । ସବୁଠି ଦର୍ଶକଙ୍କ ମୁହଁରେ ଏବେ 'ଧରନ୍ଧର'ର ପ୍ରଶଂସା । ସାଉଥ୍ ଷ୍ଟାର ମଧ୍ୟ 'ଧୂରନ୍ଧର ୨'କୁ ପ୍ରଂଶସା କରିଛନ୍ତି । ଅଲ୍ଲୁ ଅର୍ଜୁନ, ରାମ ଚରଣ ଏବଂ ମହେଶ ବାବୁ ଧୁରନ୍ଧର ୨କୁ ପ୍ରଶଂସା କରିଛନ୍ତି । ଏହାକୁ ନେଇ ପ୍ରକାଶ ରାଜ ସାଉଥ୍ ଷ୍ଟାରଙ୍କୁ ଟାର୍ଗେଟ କରିଛନ୍ତି ।
ପ୍ରକାଶ ରାଜ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, "ମୁଁ 'ଧୁରନ୍ଧର'ଠାରୁ ବହୁତ ଦୂରରେ... ତୁମେ ମଧ୍ୟ କି ? #justasking।" ପ୍ରକାଶ ରାଜ ଏଠାରେ ଅଟକି ନଥିଲେ, ସେ 'ଧୁରନ୍ଧର ୨'କୁ କଟାକ୍ଷ କରିଥିଲେ । ଦକ୍ଷିଣ ତାରକାମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ ଏକ୍ସ ଉପରେ ଏକ ଟ୍ୱିଟ୍ ରିଟ୍ୱିଟ୍ କରିଥିଲେ, ଯେଉଁଥିରେ ଲେଖାଥିଲା, "ଅଲ୍ଲୁ ଅର୍ଜୁନ, ବିଜୟ ଦେବରକୋଣ୍ଡା, ଜୁନିଅର ଏନଟିଆର ଏବଂ ମହେଶ ବାବୁ 'ଧୁରନ୍ଧର ୨'କୁ ପ୍ରଶଂସା କରିଛନ୍ତି । କ'ଣ କୌଣସି ବଲିଉଡ ଷ୍ଟାର ଟ୍ୱିଟ୍ କରିଛନ୍ତି ?" ଏହାକୁ ରିଟ୍ୱିଟ୍ କରି ପ୍ରକାଶ ରାଜ ଲେଖିଛନ୍ତି, "ଦାବିର ଭାର ଏବେ ଦକ୍ଷିଣରେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛି ।" ଏହାର ଅର୍ଥ ହେଉଛି ଏବେ ସାଉଥ ତାରକାମାନଙ୍କୁ ମଧ୍ୟ କୁହାଯାଇଛି ଯେ ସେମାନଙ୍କୁ ଫିଲ୍ମର ପ୍ରଶଂସା କରିବାକୁ ପଡିବ, ଏହା ସେମାନଙ୍କର କର୍ତ୍ତବ୍ୟ ।
ଖାସି ସେତିକି ନୁହେଁ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ସ୍ପଷ୍ଟ ମତ ପାଇଁ ଜଣାଶୁଣା ପ୍ରକାଶ ରାଜ, ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଯେଉଁମାନେ "ଧୁରନ୍ଧର ୨" ର ସମାଲୋଚନାର ଉତ୍ତର ନ ଦେଇ ପ୍ରଶଂସା କରୁଛନ୍ତି । ପ୍ରକାଶ ରାଜ ତାଙ୍କ ଘରର ଏକ କୋଣର ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ରେଡିଓ ବାଜୁଛି, "ଅଭି ନା ଜାଓ ଛୋଡକର କି ଦିଲ ଅଭି ଭରା ନାହିଁ" ଗୀତ ବାଜୁଛି ।
Me .. Bahut Door from #Dhurandhar ….are you #justasking pic.twitter.com/UniBXj8mCN
— Prakash Raj (@prakashraaj) March 19, 2026
ଏହା ବି ପଢନ୍ତୁ...ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍ ଲସ ଏଞ୍ଜେଲେସର ଓପନିଂ ଫିଲ୍ମ ‘ପାଟ୍ରିଅଟ୍’,ମୁଖ୍ୟ ଭୂମିକାରେ ମାମୁଟ୍ଟି-ମୋହନଲାଲ
ପ୍ରକାଶ ରାଜ ବିଜେପି ଏବଂ ଏହାର ନୀତିଗୁଡ଼ିକର ଆରମ୍ଭରୁ ହିଁ ସମାଲୋଚନା କରି ଆସୁଛନ୍ତି, ଖୋଲାଖୋଲି ଭାବରେ କହୁଛନ୍ତି । ସେ ବାରମ୍ବାର ବିଜେପି ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି ଏବଂ ବିବାଦରେ ମଧ୍ୟ ଫସିଛନ୍ତି । ଏହି ସମୟରେ, "ଧୁରନ୍ଧର ୨"କୁ ପ୍ରଚାର ବୋଲି କହିଛନ୍ତି । ଫିଲ୍ମର ସଂଳାପ, "ହିନ୍ଦୁମାନେ ଏକ କାପୁରୁଷ ସମ୍ପ୍ରଦାୟ," ବିମୁଦ୍ରାକରଣର ଚିତ୍ରଣକୁ ନେଇ ମଧ୍ୟ ବିବାଦ ସୃଷ୍ଟି କରିଥିଲା । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରମ୍ୟା ସ୍ପନ୍ଦନା ଫିଲ୍ମର ପ୍ରଚାରକୁ ସମାଲୋଚନା କରିଥିଲେ, ଯେତେବେଳେ ୟ୍ୟୁୁଟୁବର ଧ୍ରୁବ ରାଠି ସମ୍ପ୍ରତି ଆଦିତ୍ୟ ଧରଙ୍କୁ ଟାର୍ଗେଟ କରି ତାଙ୍କୁ ବିଜେପି ପ୍ରଚାରକ ବୋଲି କହିଥିଲେ ।
ଧୁରନ୍ଧର ୨ କଲେକ୍ସନ- ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର ୨" ଦୁଇ ଦିନରେ ୨୨୬.୨୭ କୋଟିର ନେଟ୍ କଲେକ୍ସନ କରିଛି । ଏହାର ବିଶ୍ୱବ୍ୟାପୀ ଆୟ ୩୦୦କୋଟି ଅତିକ୍ରମ କରିଛି । ଏହି ଫିଲ୍ମରେ ରଣବୀର ସିଂହ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ସାରା ଅର୍ଜୁନ, ରାକେଶ ବେଦୀ, ଗୌରବ ଗେରା, ଦାନିଶ ଇକବାଲ ଏବଂ ଦାନିଶ ପାଣ୍ଡୋର ଅଭିନୟ କରିଛନ୍ତି ।