ମୁମ୍ୱାଇ,୨୧/୦୩: ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍ ଲସ ଏଞ୍ଜେଲେସର ପ୍ରଥମ ଚଳଚ୍ଚିତ୍ର ଭାବେ ପରଦାରେ ପ୍ରଦର୍ଶିତ ହେବ ମାମୁଟ୍ଟି ଓ ମୋହନଲାଲ ଷ୍ଟାରର୍ ଆକ୍ସନ୍-ଥ୍ରିଲର ‘ପାଟ୍ରିଅଟ୍’ । ଆସନ୍ତା ଏପ୍ରିଲ ୨୩ରେ ଏହି ସିନେ ମହୋତ୍ସବ ଆରମ୍ଭ ହେବ ଏବଂ ଏପ୍ରିଲ ୨୬ରେ ଶେଷ ହେବ । ଅନୁଶା ରିଜ୍ଭିଙ୍କ ‘ଦ ଗ୍ରେଟ୍ ଶମ୍ସୁଦ୍ଦିନ ଫ୍ୟାମିଲି’ ହେବ ମହୋତ୍ସବର ଶେଷ ଫିଲ୍ମ ।

ଜୋଶିଙ୍କ ‘ଟ୍ୱେଣ୍ଟି:୨୦’ (୨୦୦୮) ପରେ ମାମୁଟ୍ଟି ଓ ମୋହନଲାଲ ‘ପାଟ୍ରିଅଟ୍’ ଜରିଆରେ ପୁଣି ଥରେ ଏକାଠି ପରଦାକୁ ଫେରୁଛନ୍ତି । ଏହି ସ୍ପାଇ ଆକ୍ସନ୍ ଥ୍ରିଲର୍ରେ ଫହାଧ ଫାସିଲ, କୁନ୍ଚାକୋ ବୋବନ, ନୟନତାରା, ରେବତୀ, ଦର୍ଶନ ରାଜେନ୍ଦ୍ରନ ଜରିନ ଶିହାବ, ରାଜୀବ ମେନନ, ଜିନୁ ଜୋସେଫ, ଦାନିଶ ହୁସେନ, ଶାହିନ ସିଦ୍ଦିକି, ସନଲ ଅମନ ଓ ପ୍ରକାଶ ବେଲାୱାଦି ଅଭିନୟ କରିଛନ୍ତି । ଏପ୍ରିଲ ୨୩ରେ ଏହା ଭାରତୀୟ ସିନେମାଘରକୁ ଆସିବ ।

ଆହୁରି ପଢନ୍ତୁ-୧୧୩ ବର୍ଷ ଅପେକ୍ଷାର ଅନ୍ତ ଘଟିଲା! ବଲିଉଡର ସବୁଠାରୁ ବଡ଼ ଓପନର ହେଲା 'ଧୁରନ୍ଧର ୨', ପ୍ରଥମ ଦିନରେ କମାଇଲା ଏତିକି କୋଟି...

‘ପିପ୍ଲି ଲାଇଭ୍’ (୨୦୧୦) ପରେ ଅନୁଶାଙ୍କ ୨ୟ ନିର୍ଦ୍ଦେଶିତ ଫିଲ୍ମ ‘ଦ ଗ୍ରେଟ୍ ଶମ୍ସୁଦ୍ଦିନ ଫ୍ୟାମିଲି’ । ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାର ଉପରେ ଏହାର କାହାଣୀ ପର୍ଯ୍ୟବସିତ । ଫିଲ୍ମ ଏବେ ଜିଓ ହଟ୍ଷ୍ଟାରରେ ପ୍ରସାରିତ ହେଉଛି । ଆଇଏଫ୍ଏଫ୍ଏଲ୍ଏରେ ୨୭ ଫିଲ୍ମ ପ୍ରଦର୍ଶିତ ହେବ । ଭାରତ ସମେତ ବାଂଲାଦେଶ, ନେପାଳ, ପାକିସ୍ତାନ, ମାଲେସିଆ, ଫିଲିପିନ୍ସ, ଜାପାନ, ଫ୍ରାନ୍ସ, ବ୍ରିଟେନ, ନେଦରଲାଣ୍ଡ, ଜର୍ମାନୀ, ସାଉଦି ଆରବ ଓ ଆମେରିକାର ଫିଲ୍ମ ପ୍ରଦର୍ଶିତ ହେବ ।