- ଆଇନରେ ପରିଣତ ହେଲା ‘ଜି ରାମ ଜି’
- VB- ଜି ରାମ ଜି’କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ
- ବାର୍ଷିକ ରୋଜଗାର ଗାରେଣ୍ଟି ୧୨୫ଦିନକୁ ବୃଦ୍ଧି
ନୂଆଦିଲ୍ଲୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିଶନ ( ଗ୍ରାମୀଣ) (VB-G RAM G) ବିଲ୍, ୨୦୨୫ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହିପରି ମନରେଗା ସ୍ଥାନରେ ଏବେ ‘ଜି ରାମ ଜୀ ‘ ଆଇନରେ ପରିଣତ ହୋଇ ଯାଇଛି। ଗ୍ରାମୀଣ ପରିବାର ପାଇଁ ଏବେ ପ୍ରତିବର୍ଷ ଶ୍ରମିକ ରୋଜଗାର ଗାରେଣ୍ଟିକୁ ୧୨୫ ଦିନ ଯାଏ ବୃଦ୍ଧି କରାଯାଇଛି। ସଂସଦରେ ଗୁରୁବାର ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ‘ଜୀ ରାମ ଜୀ’ ବିଲ୍ ପାରିତ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, କଂଗ୍ରେସ ବାପୁଙ୍କ ଆଦର୍ଶ ଗୁଡ଼ିକୁ ହତ୍ୟା କରିଛି, ଯାହାକି ମୋଦି ସରକାର ସେଗୁଡ଼ିକୁ ଜୀବନ୍ୟାସ ଦେଇଛନ୍ତି। ମନରେଗା ଯୋଜନା ସ୍ଥାନରେ ନୂଆ ବିଲ୍ ଆଣିବା ଓ ଏଥିରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟେଇବାକୁ ନେଇ ବିରୋଧୀଙ୍କ ଅଭିଯୋଗ ଗୁଡ଼ିକୁ ଚୌହାନ ସଂପୂର୍ଣ୍ଣ ଖଣ୍ଡନ କରି ଦେଇଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ସଙ୍ଗିନ୍ ସ୍ଥିତି ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି , ଚିଟ୍ଟଗୋଙ୍ଗରେ ଭିସା ଆପ୍ଲିକେସନ ଉପରେ ଲଗେଇଲା ବ୍ରେକ୍
ଶିବରାଜ ସିଂହ ଚୌହାନ ଅଭିଯୋଗ କରିଥିଲେ ଯେ, କଂଗ୍ରେସ ନେତୃତ୍ୱାଧୀନ ସରକାରରେ ମଧ୍ୟ ମନରେଗାକୁ ପୂର୍ଣ୍ଣ ଶକ୍ତିର ସହ ଲାଗୁ କରାଯାଇ ନଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସଠିକ୍ ଭାବେ କ୍ରିୟାନ୍ୱିତ କରିଥିଲେ। ସେ ୟୁପିଏ ଓ ଏନଡିଏ ସରକାର ସମୟରେ ଏହି ଯୋଜନାର କ୍ରିୟାନ୍ୱୟନର ତୁଳନା କରି କହିଥିଲେ ଯେ ,କଂଗ୍ରେସ ସମଯରେ ଯେଉଁଠି ୧୬୬୦ କୋଟି ଶ୍ରମ ଦିବସ ସୃଜିତ ହୋଇ ଥିଲା, ସେପଟେ ମୋଦି ସରକାରରେ ୩୨୧୦ କୋଟି ଶ୍ରମ ଦିବସର ସୃଜନ କରାଯାଇଛି। ମୋଦି ସରକାରଙ୍କ ଠାରୁ ପୂର୍ବରୁ ଏହି ଯୋଜନାରେ ମହିଳାଙ୍କ ଭାଗିଦାରୀ ୪୮ ପ୍ରତିଶତ ଥିଲା, ଯାହା ଏହି ସରକାର ସମୟରେ ୫୬.୭୩ ପ୍ରତିଶତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତିଥିଲେ , କଂଗ୍ରେସ ପାର୍ଟି ତ ଗାନ୍ଧୀଙ୍କ ନାମ ଚୋରେଇବାର ପାପ କରିଛି।
- ଜୀ ରାମ ଜୀ ଆଇନ୍ କଣ ?
ଜୀ ରାମ ଜୀ ଆଇନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ‘ଭାରତ ୨୦୪୭’ ଭିଜନ ସହ ଯୋଡ଼ି ହୋଇ ରହିଛି, ଯାହାର ଉଦ୍ଦେଶ୍ୟ ଗ୍ରାମୀଣ କ୍ଷେତ୍ରରେ ରୋଜଗାର , ଆଜୀବିକା ଓ କୃଷି ଉତ୍ପାଦକତାକୁ ଦୃଢ କରିବା। ବିଲ୍ରେ ଗ୍ରାମୀଣ ପରିବା ଗୁଡ଼ିକ ପାଇଁ ବାର୍ଷିକ ରୋଜଗାର ଗାରେଣ୍ଟିକୁ ୧୦୦ ଦିନରୁ ବଢାଇ ୧୨୫ ଦିନ କରାଯାଇଛି। ଏହାସହ ସ୍ଥାନୀୟ ନିୟୋଜନ, ଶ୍ରମିକ ସୁରକ୍ଷା ଓ ଯୋଜନା ଗୁଡ଼ିକର ଏକତ୍ରିକରଣ ଉପରେ ଜୋର ଦିଆ ଯାଇଛି। ଏହି ଆଇନର ଉଦ୍ଦେଶ୍ୟ ଗ୍ରାମୀଣ ଆୟ ସୁରକ୍ଷାକୁ ଦୃଢ କରିବା , ଅଗ୍ରିମ ପଂକ୍ତିର ଯୋଜନା ଗୁଡ଼ିକୁ ଏକତ୍ରିକରଣ ଓ କୃଷି –ରୋଜଗାର ସନ୍ତୁଳନ। ସରକାରଙ୍କ କହିବାନୁସାରେ , ଏହି ଆଇନ ଗ୍ରାମୀଣ କ୍ଷେତ୍ରେ ଶ୍ରମିକ ରୋଜଗାରର ସୁଯୋଗକୁ ବୃଦ୍ଧି କରାଇବ। ଏହାସହ ପରିବେଶ ସଂରକ୍ଷଣ ଓ ସ୍ଥାନୀୟ ସଂସାଧନର ସଠିକ୍ ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିବ।