ନୂଆଦିଲ୍ଲୀ, ୨୫/୧ : ସୋମବାର ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜର ଅଭିଭାଷଣରେ ଗତବର୍ଷ ଦେଶର ସଫଳତା ଉପରେ ଆଲୋକପାତ କରିଛନ୍ତି । ଏହାସହ ଦେଶରେ ଝିଅଙ୍କ ସଫଳତା ସମ୍ପର୍କରେ ମଦ୍ୟ ବର୍ଣ୍ଣନା କରିଛନ୍ତି । ଏହାସହ ଭାରତର ଗଣତାନ୍ତ୍ରିକ ଯାତ୍ରା, ସାମ୍ବିଧାନିକ ଆଦର୍ଶ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ପ୍ରଗତିଶୀଳ ଭାରତ ପାଇଁ ସାମୂହିକ ଭାବରେ କାମ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, "ବନ୍ଦେ ମାତରମ୍"ର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଆମ ସ୍ୱାଧୀନତା ଆନ୍ଦୋଳନର ଶକ୍ତି ୧୫ ଅଗଷ୍ଟ, ୧୯୪୭ରେ ଆମ ଦେଶକୁ ପରିବର୍ତ୍ତନ କରିଥିଲା ।

ଏହାସହ ସେ ରାଷ୍ଟ୍ରବାଦୀ କବି ସୁବ୍ରମଣ୍ୟ ଭାରତୀଙ୍କୁ ମନେ ପକାଇଥିଲେ । ତାଙ୍କର ତାମିଲ ରଚନା "ବନ୍ଦେ ମାତରମ୍ ୟେନବୋମ୍" ମାଧ୍ୟମରେ "ବନ୍ଦେ ମାତରମ୍"କୁ ଲୋକପ୍ରିୟ କରିଥିଲେ । ଯାହା ପରେ ଅନେକ ଭାରତୀୟ ଭାଷାରେ ଏବଂ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଥିଲା ।ମୂଳ ରୂପେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମା ତରମ ଆମ ରାଷ୍ଟ୍ର ବନ୍ଦନାର ପ୍ରତୀକ। ଏହି ରାଷ୍ଟ୍ର ବନ୍ଦନାର ସୌର୍ଯ୍ୟ ଓ ଗୌରବର ଦିନ ପୂର୍ବରୁ ୨୩ ଜାନୁୟାରୀରେ ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପିତ କରି ସ୍ମରଣ କରିଛନ୍ତି । ୨୦୨୧ ମସିହାରୁ ଦେଶରେ ନେତାଜୀ ଜୟନ୍ତୀକୁ‘ପରାକ୍ରମ ଦିବସ’ ରୂପେ ପାଳନ କରାଯାଇ ଆସୁଛି । ଯାହାଦ୍ୱାରା ଦେଶବାସୀ ବିଶେଷ କରି ଯୁବ ବର୍ଗ ତାଙ୍କର ଅଦମ୍ୟ ଦେଶ ଭକ୍ତିରୁ ପ୍ରେରଣା ପାଇ ପାରିବେ। ନେତାଜୀ ସୁଭାଷଚନ୍ଦ୍ର ବୋଷ ଦେଇଥିବା ‘ଜୟ ହୀନ୍ଦ’ ଉଦଘୋଷ ଆମ ରାଷ୍ଟ୍ରର ଗୌରବ ଉଦଘୋଷ ଅଟେ ।

 

ଭାରତରେ ଲଗାତାର ଭାବେ ଆର୍ଥିକ ବିକାଶ ହେଉଥିବା ନେଇ ସମ୍ବୋଧନରେ କହିଥିଲେ ରାଷ୍ଟ୍ରପତି। ସେପଟେ ମହିଳାଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି । କୃଷିକ୍ଷେତ୍ରରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ଆମ ଦେଶର ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ପ୍ରବାସୀମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।

ଏହାସହ ପଢ଼ନ୍ତୁ : ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ : ବିଜେଡି କରିବ ଆନ୍ଦୋଳନ