PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସେନା ମୁଖ୍ୟଙ୍କ ସହିତ ୧୯ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୩:  ସେନା ମୁଖ୍ୟ ବିପିନ ରାଓ୍ବତଙ୍କ ସହିତ ୧୯ ଜଣ ସେନା ଅଧିକାରୀଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ(ପିଭିଏସ୍ଏମ୍) ରେ ସମ୍ମାନିତ କରିଛନ୍ତି। ପରମ ବିଶିଷ୍ଟ ସେବା ପଦକ ଭାରତର ଏକ ସେନା ପୁରସ୍କାର। ଏହାର ଗଠନ ୧୯୬୦ ମସିହାରେ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ  ଏହା ଶାନ୍ତି ପାଇଁ ଓ ସେବା କ୍ଷେତ୍ରରେ ସବୁଠାରୁ ଅସାଧାରଣ କାର୍ଯ୍ୟ (ମରୋଣ​ତ୍ତୋର) ପାଇଁ ସମ୍ମାନିତ କରାଯାଉଛି।

ସୂଚନା ଅନୁସାରେ ଜେନେରାଲ ରାଓ୍ବତଙ୍କ ବ୍ୟତୀତ ଯେଉଁମାନଙ୍କୁ ଏହି ସମ୍ମାନ ଦିଆଗଲା ତାଙ୍କ ଭିତରେ ୧୫ ଜଣ ଲେଫ୍ଟନାଣ୍ଟ ଜେନେରାଲ ଓ ୩ ଜଣ ମେଜର ଜେନେରାଲ ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଶାନ୍ତି କାଳର ଦ୍ବିତୀୟ ସର୍ବୋଚ୍ଚ ସେନା ସମ୍ମାନ କୀର୍ତ୍ତି ଚକ୍ର ଦୁଇ ସେନା ଅଧିକାରୀଙ୍କୁ ଦେବାର ନିଷ୍ପତ୍ତି ନେଇଛି। ଏହା ଜାଟ୍ ରେଜିମେଣ୍ଟର ମେଜର ତୁଷାର ଗୋବା ଓ ୨୨ ତମ ରାଷ୍ଟ୍ରୀୟ ରାଇଫଲର ସୋଭର ବିଜୟ କୁମାର(ମରୋଣତ୍ତୋର) ସମ୍ମାନ ଦିଆଯିବ। ଯଦିଓ ସିଆରପିଏଫର ଦୁଇ ଯବାନ ପ୍ରଦୀପ କୁମାର ପଣ୍ଡା(ମରୋଣତ୍ତୋର) ଓ ରାଜେନ୍ଦ୍ର କୁମାର ନୈନ(ମରୋଣୋତ୍ତର)ଙ୍କୁ ମଧ୍ୟ କୀର୍ତ୍ତିଚକ୍ର ପାଇଁ ଚୟନ କରାଯାଇଛି। ତୃତୀୟ ସର୍ବୋଚ୍ଚ ସେନା ସମ୍ମାନ ସୌର୍ଯ୍ୟଚକ୍ର ୯ଜଣ ସେନା ଅଧିକାରୀଙ୍କୁ ପ୍ରଦାନ  କରାଯାଇଛି।

ଏଥିରେ ୧୦ ପାରାସୁଟ୍ ରେଜିମେଣ୍ଟ(ସ୍ପେଶାଲ ଫୋର୍ସ)ର ଲେଫ୍ଟନାଣ୍ଟ କର୍ନେଲ ବିକ୍ରାନ୍ତ ପ୍ରେଶର,୧୪ ରାଷ୍ଟ୍ରୀୟ ରାଇଫଲସର ମେଜର ଅମିତ କୁମାର ଡିମରି, ୪ ଗୋର୍ଖା ରାଇଫଲ ମେଜର ଇମାଲିୟାକୁମ କେଇତଝର, ପାରାସୁଟ ରେଜିମେଣ୍ଟର ୯ମ ବାଟାଲିୟନର ମେଜର ରୋହିତ ଲିଙ୍ଗଓ୍ବାଲ ଓ ପ୍ରଥମ ବାଟାଲିୟନର କ୍ୟାପଟେନ୍ ଅଭୟ ଶର୍ମା ରହିଛନ୍ତି।ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ସୌର୍ଯ୍ୟ ଚକ୍ର ଗ୍ରହଣ କରିବାକୁ ଥିବା ୨୧ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ୍ ଅଭିନବ କୁମାର ଚୌଧରି, ରାଷ୍ଟ୍ରୀୟ ରାଇଫଲ୍ସର ୯ମ ବାଟାଲିୟନର ଲାନ୍ସ ନାୟକ ଆୟୁବ ଅଲ୍ଲୀ, ୪୨ ତମ ବାଟାଲିୟନର ସିପାହୀ ଅଜୟ କୁମାର ଓ ୪୪ ତମ ବାଟାଲିୟର  ସାପେର ମହେଶ ଏଚଏନ୍ ମଧ୍ୟ ରହିଛନ୍ତି।  ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୦୩ ସେନାକର୍ମୀଙ୍କୁ ସେନା ପଦକ, ୭୪ ଜଣଙ୍କୁ ବିଶିଷ୍ଟ ସେନା ପଦକ ଓ ୩୫ ଜଣ ସେନାକର୍ମୀଙ୍କୁ ସେନା  ପଦକ(ବିଶିଷ୍ଟ) ପାଇଁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର