ନୂଆଦିଲ୍ଲୀ, ୧୩/୨ : ଲୋକାର୍ପିତ ହେଲା ‘ସେବା ତୀର୍ଥ’ । ନୂଧିଲ୍ଲୀରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଥ୍ କ୍ଲବରୁ ସେବା ତୀର୍ଥକୁ ସ୍ଥାନାନ୍ତର ହୋଇଛି PMO । ଏବେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା । ଅତ୍ୟାଧୁନିକ ସୁବିଧା ସୁଯୋଗରେ ଚାଲିବ PMO । PMO ସହ କାମ କରିବ ଏନଏସସିଏସ ଏବଂ ସଚିବାଳୟ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି କି, ଭାରତ ବିକାଶ ଯାତ୍ରାର ନୂଆ ଅଧ୍ୟାୟ ଆରମ୍ଭ ।

ସେପଟେପ୍ରଥମ ଦିନରେ ନେଲେ ୪ଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କାର୍ଯ୍ୟାଳୟରେ ନିଆଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ହେଉଛି ପିଏମ ରାହତ ଯୋଜନା । ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ୨୦୨୯ ସୁଦ୍ଧା ଏହି ସଂଖ୍ୟାକୁ ୩ କୋଟିରୁ ୬ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ । ଚାଷୀଙ୍କ ସୁବିଧା ପାଇଁ କୃଷି ଭିତ୍ତିଭୂମି ପାଣ୍ଠିକୁ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୧୦,୦୦୦ କୋଟି ଟଙ୍କାର ନୂଆ ପାଣ୍ଠିକୁ ଅନୁମୋଦନ । ନୂଆ PMOର ମୁଖ୍ୟ ମନ୍ତ୍ର ହେଉଛି ‘ନାଗରିକ ଦେବୋ ଭବଃ’, ଯାହା ଦର୍ଶାଉଛି ଯେ, ସରକାର ସାଧାରଣ ଜନତାଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ।

ଏହାସହ ପଢ଼ନ୍ତୁ : ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନା: ଆସନ୍ତା ୪ ବର୍ଷରେ ଦର୍ଶନ କରିବେ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ