PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ଆଇସିଟିଏଲ୍‌ଟି ପଦାଧିକାରୀ

ଭୁବନେଶ୍ୱର,୮ ।୨(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ(ସୋଆ)ଡିମଡ୍‌ ଟୁ ବି ୟୁନିଭର୍ସିଟିର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଇଣ୍ଟରନ୍ୟାସନାଲ୍‌ କନଫେରେନ୍ସ୍‌ ଅନ ଥଣ୍ଡରଷ୍ଟର୍ମ ଆଣ୍ଡ ଲାଇଟନିଂ (ଆଇସିଟିଏଲଟି)ର ପଦାଧିକାରୀମାନେ ସମ୍ବର୍ଦ୍ଧିତ କରିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟ ସହାୟତାରେ ଆଇସିଟିଏଲଟିର ୩ ଦିନିଆ ସମ୍ମିଳନୀ ଅଭୂତପୂର୍ବ ସଫଳତା ହାସଲ କରିଥିବାରୁ ଆୟୋଜକ କମିଟିର ସଦସ୍ୟ ତଥା ଭୁବନେଶ୍ୱର ଆଇଆଇଟିର ଏମିରଟସ୍‌ ପ୍ରଫେସର ୟୁ.ସି ମହାନ୍ତି, ସୋଆ ଜଳବାୟୁ ତଥା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ, ସୋଆ ସିଭିଲ୍‌ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ମାନସ ରଞ୍ଜନ ଦାସ, ବିଭାଗର ଭିଜିଟିଂ ପ୍ରଫେସର ଡ. ନିହାର ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ପ୍ରଫେସର ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଗତ ଜାନୁଆରୀ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ସୋଆ, ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ୍‌ ଅଥରଟି (ଓସଡମା) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମେରିକା, ଋଷିଆ ସମେତ ବିଭିନ୍ନ ସାର୍କ ଦେଶଗୁଡିକରୁ ୧୫ ଜଣ ପ୍ରତିନିଧିଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଜଳବାୟୁ ଗବେଷଣା ପ୍ରତିଷ୍ଠାନରୁ ପାଖାପାଖି ୨ଶହ ପ୍ରତିନିଧି ଯୋଗ ଦେଇଥିଲେ । ସମ୍ମିଳନୀର ପରାମର୍ଶ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଅନୁଷ୍ଠାନକୁ ଦିଆଯାଇଛି । ଯାହା ଆଗାମୀ ଦିନରେ ପାଣିପାଗ ପରିବର୍ତ୍ତନ ଯୋଗୁଁ ହେଉଥିବା ବିଭିନ୍ନ ଦୁର୍ବିପାକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସୋଆ ସିଇସି କେନ୍ଦ୍ର ନିର୍ଦ୍ଦେଶକ ଡ. ସାହୁ ସୂଚନା ଦେଇଛନ୍ତି ।