PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଅପରେସନ୍ ୪: ଏଥର ସବୁ ଶତ୍ରୁଙ୍କୁ ସଫା କରିବ ଭାରତ

ନୁଆଦିଲ୍ଲୀ ୧୮/୨: ଭାରତମାଟି ଆଜି ପର୍ଯ୍ଯନ୍ତ ଏକସଙ୍ଗେ ନିଜର ଏତେ ବୀରପୁତ୍ରଙ୍କୁ ହରାଇ ନଥିଲା । ଉରୀ ମାମଲାରେ ୧୮ ଜଣ ଜବାନ  ଶହୀଦ ହୋଇଥିଲେ । ଉରୀକାଣ୍ଡର ପ୍ରତିଶୋଧ ନିଆଗଲା । ଉରୀ ଆକ୍ରମଣ ପରେ ଆମେ ଲାଇନ୍ ଅଫ କଣ୍ଟ୍ରୋଲ ପାରି ହୋଇ ଆତଙ୍କବାଦୀଙ୍କ କ୍ୟାମ୍ପକୁ ଟାର୍ଟେଟ୍ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲୁ । ଅବଶ୍ଯ ଏଥର ସେମିତି କରିବା ଟିକିଏ କଷ୍ଟକର ହୋଇପାରେ । ପୂର୍ବ ଅପେକ୍ଷା ପରିସ୍ଥିତି ଅଧିକ ଗମ୍ଭୀର । ଏବେ ଆତଙ୍କବାଦୀଙ୍କ କ୍ଯାମ୍ପକୁ ଟାର୍ଗେଟ୍ କରିବା ଦ୍ୱାରା ସବୁ ସମସ୍ୟାର ସମାଧାନ ହେବନି । ପୁଣି ଆତଙ୍କବାଦୀ ଆସିବେ ଏବଂ ପୁଣି କ୍ୟାମ୍ପ ଲଗାଇବେ । ଏଥର ସମ୍ପୂର୍ଣ୍ଣ ସମାଧାନ ଆବଶ୍ଯକ । ଏହାର ସ୍ଥାୟୀ ସମାଧାନର ବାଟ କେବଳ ଗୋଟିଏ । ‘ଅପରେସନ ଫୋର୍’ । ଅର୍ଥାତ୍ ପାକିସ୍ତାନରେ ବସିଥିବା ସେହି ୪ ଆତଙ୍କୀଙ୍କ ମୃତ୍ଯୁ ଦରକାର, ଯେଉଁମାନେ ବାରମ୍ବାର ଭାରତକୁ ଆତଙ୍କବାଦୀ ପଠାଉଛନ୍ତି  । ତେବେ ଏହା କେମିତି ହେବ ?

source:www.ndtv.com

ଉରୀ ଆକ୍ରମଣ ପରେ ଶତ୍ରୁକୁ ଦିଆଗଲା ମୁହଁତୋଡ ଜବାବ । ତଥାପି ସୁଧୁରିଲାନି ଏହି ପଡୋଶୀ ଶତ୍ରୁ  । ଅବଶ୍ଯ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରସିଦକୁ ସଫା କରିଦେଲେ ସୁରକ୍ଷାବଳ । ତଥାପି କଣ ଆଉ ଆତଙ୍କବାଦୀ ସୃଷ୍ଟି ହେବେନି  ? ଆଉ କ୍ୟାମ୍ପ ଲାଗିବନି  ? ଆମକୁ କଣ କରିବା ଉଚିତ୍  ?  ଏ ସମସ୍ତ ପ୍ରଶ୍ନର କେବଳ ଗୋଟିଏ ଉତ୍ତର । ଆତଙ୍କବାଦୀଙ୍କୁ ନୁହେଁ ବରଂ ତାଙ୍କୁ ସୃଷ୍ଟି କରୁଥିବା ରାକ୍ଷସମାନଙ୍କୁ ମାରିବା ଆବଶ୍ୟକ । ଏହି ରାକ୍ଷସ ମାନେ ସଫା ହୋଇଗଲେ ଆତଙ୍କ ମଧ୍ଯ ସଫା ହୋଇଯିବ । ଏମାନେ ହେଉଛନ୍ତି ସେହି ରାକ୍ଷସ ଯେଉଁମାନେ ସବୁବେଳେ ଅଲଗା ଅଲଗା ରୂପରେ ହଜାର ହଜାର ଆତଙ୍କବାଦୀଙ୍କୁ ବାରମ୍ବାର ଭାରତ ପଠାଉଛନ୍ତି  । ତେବେ ଆସନ୍ତୁ ଜାଣିବା ଏମାନଙ୍କ ଠିକଣା  ସମ୍ପର୍କରେ ଯେଉଁଠି ଏମାନେ ଲୁଚି ରୁହନ୍ତି । ଏମାନେ କଣ କରନ୍ତି, ଏମାନଙ୍କ ଲକ୍ଷ୍ଯ କଣ ? 

ପ୍ରଥମେ ଜାଣିବା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ଯ ମୌଲାନା ମସୁଦ ଅଜହର ସମ୍ପର୍କରେ । ମସୁଦ ପୁଲୱାମାଠୁ ଆରମ୍ବ କରି ଉରୀ ଓ ପଠାନକୋଟରୁ ଆରମ୍ବ କରି ସଂସଦ ଭବନ ପର୍ଯ୍ୟନ୍ତ ହୋଇଥିବା ଆକ୍ରମଣର ପ୍ରକୃତ ମାଷ୍ଟରମାଇଣ୍ଡ ରହିଆସିଛି ।

source:aajtak.intoday.in

୧. ମସୁଦ ଅଜହର

ସଙ୍ଗଠନ- ଜୈଶ-ଏ-ମହମ୍ମଦ

ଠିକଣା-ବହାବଲପୁର ଓ କରାଚି

କାମ- ସାମାଜିକ ସଙ୍ଗଠନ ନାଁରେ ଆତଙ୍କୀ ପ୍ରସ୍ତୁତ କରିବା

ସଂରକ୍ଷଣ- ଇମରାନ ଖାନ୍, ପାକିସ୍ତାନୀ ସେନା, ଆଇଏସଆଇ

source:zeenews.india.com

୨. ହାଫିଜ ସଈଦ

ପରିଚୟ- ଆନ୍ତର୍ଜାତିୟ ଘୋଷିତ ଆତଙ୍କବାଦୀ

ପୁରସ୍କାର-୧୦ ମିଲିୟନ ଡଲାର

ସଙ୍ଗଠନ-ଲଶ୍କର-ଏ-ତୋଏବା, ଜମାତ-ଉଦ-ଦାୱା

ଠିକଣା- ଜୋହର ଟାଉନ୍, ଲାହୋର

କାମ- କଶ୍ମୀରର ସ୍ୱାଧୀନତା ନାଁରେ ଆତଙ୍କ ସୃଷ୍ଟି କରିବା

ସଂରକ୍ଷଣ- ଇମରାନ ଖାନ୍, ପାକିସ୍ତୀନା ସେନା, ଆଇଏସଆଇ

source:www.amarujala.com

୩. ସୈୟଦ ସଲାହୁଦ୍ଦିନ୍

ପରିଚୟ-ଘୋଷିତ ଆନ୍ତର୍ଜାତୀୟ ଆତଙ୍କବାଦୀ

ସଙ୍ଗଠନ-ହିଜବୁଲ ମୁଜାହିଦିନ୍, ୟୁନାଇଟେଡ୍ ଜେହାଦ କାଉନସିଲ୍

ଠିକଣା-ପିଓକେ

କାମ-କାଶ୍ମୀରର ସ୍ୱାଧୀନତା ନାଁରେ ଆତଙ୍କୀ ହମଲା କରିବା

ସଂରକ୍ଷଣ-ଇମରାନ୍ ଖାନ୍, ପାକିସ୍ତାନୀ ସେନା, ଆଇଏସଆଇ

source:aajtak.intoday.in

୪. ଦାଉଦ ଇବ୍ରାହିମ୍

ପରିଚୟ- ଆନ୍ତର୍ଜାତୀୟ ମାଫିଆ ଡନ୍, ମୁମ୍ବାଇ ଧମାକାର ଦୋଷୀ

ଠିକଣା-କ୍ଲିଫ୍ଟନ ରୋଡ, କରାଚି

କାମ- ପାକିସ୍ତାନ ସମେତ ଅନେକ ଦେଶରେ ବେଆଇନ୍ ଗତିବିଧି

ସଂରକ୍ଷଣ-ଇମରାନ ଖାନ୍, ପାକିସ୍ତାନୀ ସେନା, ଆଇଏସଆଇ

ଏମିତି ନୁହେଁ ଯେ ସୀମା ସେପଟେ ବସିଥିବା ଆତଙ୍କୀ ଆମ ନଜରରୁ ଲୁଚି ରହିଯିବ । ସମସ୍ତଙ୍କ ଠିକଣା ଭାରତ ପାଖରେ ଅଛି । ଏବେ କେବଳ ଆବଶ୍ୟକ ଏକ ବଡ ସର୍ଜିକାଲ ଷ୍ଟ୍ରାଇକର, ଏବଂ ଲୁଚିଥିବା ସମସ୍ତ ଆତଙ୍କୀଙ୍କୁ ଘରେ ପଶି ମାରିବାର… । ପୂର୍ବରୁ ଆମ ସେନା ଏହା କରି ଦେଖାଇଛି ଏବଂ ଆବଶ୍ୟକ ପଡିଲେ ପୁଣି ଏହା କରି ଦେଖାଇବ ।   

ସମ୍ବନ୍ଧିତ ଖବର