ନୂଆଦିଲ୍ଲୀ: ଆଇପିଏଲର ୩୧ ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ମୋଟ୍ ୧୧୧ ରନ କରି ଅଲଆଉଟ ହୋଇଯାଇଛି। ମଙ୍ଗଳବାର ମୁଲ୍ଲାନପୁରସ୍ଥିତ ମହାରାଜା ୟାଦବେନ୍ଦ୍ର ସିଂହ ଷ୍ଟାଡିୟମରେ ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଟିମ୍ ୧୫.୩ ଓଭରରେ ଅଲଆଉଟ ହୋଇ ପାଭିଲିୟନକୁ ଫେରିଯାଇଥିଲେ। କୋଲକାତା ନାଇଟ ରାଇଡର୍ସ ତରପରୁ ହର୍ଷିତ ରାଣା ୩ ୱିକେଟ ନେଇଛନ୍ତି। ସୁନୀଲ ନରେନ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ୨-୨ଟି ୱିକେଟ ମିଳିଛି।
ପଞ୍ଜାବ ପକ୍ଷରୁ ପ୍ରଭସିମରନ ସିଂହ ୩୦ ରନ, ପ୍ରିୟାଂଶ ଆର୍ଯ୍ୟ ୨୨ ଓ ସଶାଙ୍କ ସିଂହ ୧୮ ରନ ସଂଗ୍ରହ କରିଥିଲେ। କୋଲକାତାରୁ ଏନେରିକ ନାତ୍ୟା ଓ ବୈଭବ ଅରୋଡା ମଧ୍ୟ ୧-୧ ୱିକେଟ୍ ହାସଲ କରିଛନ୍ତି। ଆଉଜଣେ ବ୍ୟଟର ରନ ଆଉଟ ହୋଇଯାଇଛନ୍ତି। ପଞ୍ଜାବ ଚଳିତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସବୁଠୁ କମ ରନ ବନାଇଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ ଦଳ ମଧ୍ୟ କୋଲକାତା ବିପକ୍ଷରେ ମାତ୍ର ୧୦୩ ରନ ବନାଇ ପାରିଥିଲା।