ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପଞ୍ଜାବି ଗାୟକ ପ୍ରେମ ଢିଲୋନଙ୍କ ଘର ସାମ୍ନାରେ ଫାଙ୍କା ଗୁଳିଚାଳନା; ଆକ୍ରମଣରେ ଜାଇପଲ ଭୁଲର ଗ୍ୟଙ୍ଗ ହାତ ଥିବା ନେଇ କରିଲା ଦାବି

Published By : Bijay Swain | February 4, 2025 6:44 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବି ଗାୟକ ପ୍ରେମ ଢିଲୋନଙ୍କ ଅମୃତସର ସ୍ଥିତ ଘର ସାମ୍ନାରେ କେତେକ ଲୋକ ଫାଙ୍କା ଗୁଳିଚାଳନା କରିଛନ୍ତି। ଏହି ଆକ୍ରମଣରେ ଜାଇପଲ ଭୁଲର ଗ୍ୟଙ୍ଗ ନିଜର ହାତ ଥିବା ନେଇ ଏକ ପୋଷ୍ଟ ଜାରି କରିଛି। ତେବେ ଏହି ପୋଷ୍ଟରେ ଦିବଙ୍ଗତ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ସହ ବିଶ୍ୱାସଘାତକତା କରିଥିବାରୁ ପ୍ରେମ ଢିଲୋନଙ୍କ ଘର ଆଗରେ ଏପରି କରାଯାଇଥିବା ସୂଚନା ଦେଇଛି ଏହି ଗ୍ୟଙ୍ଗ।

୨୦୨୨ ମସିହାରେ ସିଦ୍ଧୁ ମୁସେୱାଲାଙ୍କ ଗୁଳିମାଡରେ ମୃତ୍ୟୁ ହୋଇଥିଲା। ତେବେ ଏହା ପୂର୍ବରୁ ଢିଲୋନ ପ୍ରଥମେ ତାଙ୍କ ସମର୍ଥନରେ ବାହାରିଥିଲେ। କିନ୍ତୁ ପରେ ଜେଲରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର ଜଗ୍ଗୁ ଭଗୱାନପୁରିଆଙ୍କ ସ୍ପର୍ଶଷରେ ଆସି ସେ ମୁସେୱାଲାଙ୍କ ବିପକ୍ଷରେ ଯାଇଥିଲେ ବୋଲି ଗ୍ୟାଙ୍ଗ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟରେ ଉଲ୍ଲେଖ ରହିଛି। 

ପ୍ରଥମେ ସିଦ୍ଧୁ ମୁସେୱାଲା ଓ ଢିଲୋନ ସହଭାଗିତାରେ ଏକ ଗୀତ ବନେଇବେ ବୋଲି କଣ୍ଟ୍ରାକ୍ଟ କରିଥିଲେ। କିନ୍ତୁ ପରେ ଢିଲୋନ, ଜଗ୍ଗୁ ଭଗୱାନପୁରିଆଙ୍କ ସହାୟତାରେ ଏହି କଣ୍ଟ୍ରାକ୍ଟ ଭାଙ୍ଗିବା ପାଇଁ ସିଦ୍ଧୁ ମୁସେୱାଲାଙ୍କ ଉପରେ ଚାପ ପକେଇଥିଲେ। ତେବେ ସିଦ୍ଧୁଙ୍କ ମୃତ୍ୟୁ ପରେ ଲୋକମାନଙ୍କଠୁ  ସହାନୁଭୂତି ପାଇବା ପାଇଁ ଢିଲୋନ ତଙ୍କୁ ନେଇ ଏକ ଗୀତ ପ୍ରସ୍ତୁତ କରିଥିଲେ ବୋଲି ଏହି ପୋଷ୍ଟରେ ଦାବି କରାଯାଇଛି। 

ଭଗାୱାନ ପୁରିଆଙ୍କ ସହ ଢିଲୋନଙ୍କୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଏହି ପୋଷ୍ଟରେ ଉଲ୍ଲେଖ ରହିଛି। ଏହି ଆକ୍ରମଣ ତାଙ୍କ ପାଇଁ ଅନ୍ତିମ ଚେତାବନୀ ଏହାପରେ ତାଙ୍କ ଉପରେ କାର୍ଯ୍ୟନୁଷ୍ଟାନ ନିଆଜିବ ବୋଲି ଗ୍ୟାଙ୍ଗ ଘୋଷଣା କରିଛି। 

ପଞ୍ଜାବର ପ୍ରସିଦ୍ଧ ଗାୟକ ପ୍ରେମ ଢିଲୋନ ବୁଟ୍ କଟ୍, ଓଲ୍ଡ ସ୍କୁଲ ଏବଂ ମାଝା ବ୍ଲକ ଭଳି ପ୍ରସିଦ୍ଧ ଗୀତ ଗାଇଛନ୍ତି। ତେବେ ଏହି ମାମଲାରେ ସେ ଆକ୍ରମଣର ଶିକାର ହୋଇଥିବା ନେଇ ଖବର ଲେଖାହେବାଯାଏ ଘୋଷଣା କରିନାହାନ୍ତି।  

ତେବେ ଆଗରୁ ମଧ୍ୟ ବିଭିନ୍ନ ପଞ୍ଜାବି ଗାୟକ ମାନଙ୍କୁ ଆକ୍ରମଣର ଧମକ ମିଳିଆସୁଛି। ଗତବର୍ଷ ସେପ୍ଟେମ୍ବର ମାସରେ ପଞ୍ଜାବି ଗାୟକ ଏପି ଢିଲୋନଙ୍କ କାନାଡାସ୍ଥିତ ଘର ଆଗରେ ମଧ୍ୟ ଫାଙ୍କା ଗୁଳିଚାଳନା କରାଯାଇଥିଲା। ଏହି ଆକ୍ରମଣ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟି କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.