ଧର୍ମଶାଳା: ପ୍ରଭସିମରନ ସିଂହଙ୍କ ୪୮ ବଲ୍‌ରେ ୯୧ ରନ୍‌ର ବିସ୍ଫୋରକ ଇନିଂସ ଫଳେର ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌କୁ ୨୩୭ ରନ୍‌ର ବିଶାଳ ଟାର୍ଗେଟ ଦେଇଛି। ପ୍ରଭସିମରନ ୯୧ ରନ୍‌ର ଇନିଂସରେ ୭ଟି ଛକା ଏବଂ ୬ଟି ଚୌକା ମାରିଛନ୍ତି । ଅଧିନାୟକ ଶ୍ରେୟସ ଆୟର ୨୫ ବଲ୍‌ରେ ୪୫ ରନ୍‌ର ଇନିଂସ ଖେଳିଛନ୍ତି । ଜୋଶ୍ ଇଙ୍ଗଲିସ୍ ୩୦ ରନ୍‌ କରିଛନ୍ତି । ଶଶାଙ୍କ ସିଂହ ଅପରାଜିତ ୩୩ ରନ୍‌ କରିଛନ୍ତି । ଫଳରେ ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୬ ରନ୍‌ କରିଛି । ଲକ୍ଷ୍ନୌ ପକ୍ଷରୁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଏହା ସହ ପ୍ରିନ୍ସ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି ।