ପୁରୀ,୧୩/୦୩: ବାଣିଜ୍ୟିକ ଗ୍ୟାସ ବନ୍ଦ ହେବାର ପ୍ରଭାବରେ ପୁରୀରେ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଦେଖିବାକୁ ମିଳିଥିଲା । ଅପରାହ୍ଣ ଓ ସନ୍ଧ୍ୟାରେ ଯେଉଁ ସମୟରେ ବେଳାମାର୍ଗରେ ଗାଡ଼ି ନେଇଯିବା କଷ୍ଟକର ହୋଇଥାଏ ସେତେବେଳେ ହାତଗଣତି ଗୋଟିଏ ଦୁଇଟି ଗାଡ଼ି ଦେଖିବାକୁ ମିଳିଥିଲା । ବେଳାମାର୍ଗରେ ଥିବା ଅଧିକାଂଶ ଖାଇବା ହୋଟେଲ ଓ ରେସ୍ତୋରାଁ ବନ୍ଦ ରହିଥିଲା । କାଁ ଭାଁ ଯେଉଁ ସ୍ଥାନରେ ହୋଟେଲ୍ ଓ ରେସ୍ତୋରାଁ ଖୋଲାଥିଲା ସେଠାରେ କାଠ ଚୁଲି ଓ କୋଇଲା ଆଞ୍ଚରେ ରୋଷେଇ ହୋଇଥିଲା ।

ସେହିଭଳି ଖାଦ୍ୟଗୁଡ଼ିକ ଅଧିକ ଦାମ୍‌ରେ ମଧ୍ୟ ବିକ୍ରି ହେଉଥିଲା । ପୁରୀରେ ପ୍ରସ୍ତୁତ ହେଉଥିବା ରାବିଡ଼ି ଓ ଅନ୍ୟାନ୍ୟ ମିଠା ପ୍ରସ୍ତୁତିରେ ମଧ୍ୟ ପ୍ରବଳ ଗ୍ୟାସ୍ ଖର୍ଚ୍ଚ ହୋଇଥାଏ । ଏଣୁ ଗ୍ୟାସ ନ ମିଳିବାରୁ ମନ୍ଦିର ଆଖପାଖରେ ଥିବା ଅଧିକାଂଶ ମିଠା ଦୋକାନ ମଧ୍ୟ ଗୁରୁବାର ବନ୍ଦ ରହିଥିଲା । ରାସ୍ତାରେ ଠେଲା ଓ ଭ୍ୟାନରେ ଦୋକାନ ଖୋଲିଥିବା ବ୍ୟବସାୟୀମାନେ ଦୋକାନ ବନ୍ଦ କରି ନିଜ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ :-ଖାଉଟିଙ୍କୁ ମହଙ୍ଗା ମାଡ଼: ୫ କେଜି ସିଲିଣ୍ଡର୍ ପାଇଁ ଗଣିବାକୁ ପଡ଼ିବ ୭୫୦ ଟଙ୍କା !