PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି; ନୀଳଚକ୍ର ଅନୁଧ୍ୟାନ କରିବ ଡ୍ରୋନ୍‌

ପୁରୀ,୨୧ା୫(ବ୍ୟୁରୋ): ଶ୍ରୀମନ୍ଦିର ନୀଳଚକ୍ର ନେଇ ନାନା ବିଭ୍ରାନ୍ତି ଉପୁଜିଛି । କିଏ କହୁଛି ନୀଳଚକ୍ର ହଲୁଛି, ଆଉ କିଏ କହୁଛି ନୀଳଚକ୍ର ବୁଲିଯାଇଛି । କିଏ କହୁଛି ନୀଳଚକ୍ର ଠିକ୍‌ ଅଛି । ଏସବୁ ବିଭ୍ରାନ୍ତି ଦୂର କରିବାକୁ ନୀଳଚକ୍ରର ଫଟୋ ଏବଂ ଭିଡିଓ ଚିତ୍ର ଡ୍ରୋନ କ୍ୟାମେରାରେ ଉତ୍ତୋଳନ ହେବ । ଏହି ଭିଡିଓଙ୍କୁ ବିଶେଷଜ୍ଞମାନେ ଯାଞ୍ଚ କରିବେ । ଶ୍ରୀମନ୍ଦିରରେ ବନ୍ଧା ଯାଇଥିବା ଲୁହା ଭାରା ଯୋଗୁ ଶ୍ରୀମନ୍ଦିରର ଅନେକ କ୍ଷତି ହୋଇଛି । ଏହି ପ୍ରସଙ୍ଗ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଉଠିଥିଲା । ଏହି କ୍ଷତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭୁବନେଶ୍ୱର ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ପରିଚାଳନା କମିଟି ବୈଠକରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ ।

ଫୋନି ବାତ୍ୟାରେ ଶ୍ରୀମନ୍ଦିର ହୋଇଥିବା କ୍ଷତିର ଆକଳନ ଏବଂ ଏହାର ମରାମତି ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନଙ୍କୁ ଖର୍ଚ୍ଚ ଅଟକଳ ଦିଆଯାଇଛି । ଏହି ଅଟକଳକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରରେ ଫୋନି ଯୋଗୁ ହୋଇଥିବା କ୍ଷତିର ମରାମତି କାମ ସ୍ନାନପୂର୍ଣ୍ଣିମା ପୂର୍ବରୁ ଶେଷ କରାଯିବ ।
ସିଂହଦ୍ୱାର ସମ୍ମୁଖରେ ନୂତନ କରି ପଥର ନିର୍ମିତ ଜୟ ବିଜୟ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରତିଷ୍ଠିତ ଶିଳ୍ପୀଙ୍କୁ ଏହି ମୂର୍ତ୍ତିର ନିର୍ମାଣ ଦାୟିତ୍ୱ ଦିଆଯିବ । ଏହାର ବିଧିବଦ୍ଧ ପ୍ରତିଷ୍ଠା ହେବ । ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଚାରି ପାଖରେ ଏଲ୍‌ଇଡି ଲାଇଟ ଲଗାଇବ । ଶ୍ରୀମନ୍ଦିର ବାହାର ପଟରେ ଦୁଇଟି ଏବଂ ଗୁଣ୍ଡିଚା ମନ୍ଦିର ପାଖରେ ଗୋଟିଏ ଶୌଚାଳୟ ନିିର୍ମାଣ କରାଯିବ । ଗୁଣ୍ଡିଚା ମନ୍ଦିର ପରିସ୍ରାଗାର ପରିଚାଳନା ଦାୟିତ୍ୱ ସୁଲଭ ଶୌଚାଳୟକୁ ଦିଆଯିବ । ସିଂହଦ୍ୱାର ବାମ ପାଶ୍ୱର୍ରେ ଥିବା ଗୋଡ଼ ଧୁଆ ବ୍ୟବସ୍ଥାକୁ ଡାହାଣ ପାଶ୍ୱର୍କୁ ସ୍ଥାନାନ୍ତର କରାଯିବ । ଏହାଦ୍ୱାରା ଦର୍ଶନାର୍ଥୀ ଯାତାୟାତରେ ଉପୁଜୁଥିବା ଅସୁବିଧା ଦୂର ହେବ । ଏହାର ନିର୍ମାଣ ଦାୟିତ୍ୱ ଜନସ୍ୱାସ୍ଥ୍ୟ ବିଭାଗ ନେବ । ସେହିଭଳି ଶ୍ରୀମନ୍ଦିର ଉପବନକୁ ପାଇପ ଜଳ ଯୋଗାଣ କରିବ ଜନସ୍ୱାସ୍ଥ୍ୟ ବିଭାଗ । ପାଦଧୁଆ ପାଣିକୁ ପାଇପ ଯୋଗେ ରିସାଇକ୍ଳିଂ କରାଯିବ । ଏଥିପାଇଁ ପିଏଚ୍‌ଡି ପକ୍ଷରୁ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏଏସ୍‌ଆଇର ସମସ୍ତ ମରାମତି କାମ ଶ୍ରୀମନ୍ଦିର ଜେଟିପି ଏବଂ ଜଣେ ଅଫିସରଙ୍କ ତତ୍ତ୍ୱାବଧାନରେ ହେବ । ଏଏସ୍‌ଆଇ କୋଣାର୍କ, ଭୁବନେଶ୍ୱର, ପୁରୀରେ ଅନେକ କାମ କରୁଛି । ଏଥିପାଇଁ ଆବଶ୍ୟକ କର୍ମଚାରୀ ଅଭାବ ରହିଛି । ଏହି ଅଭାବ ପୂରଣ ପାଇଁ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଏଏସ୍‌ଆଇକୁ ପରାମର୍ଶ ଦେଇଥିଲେ । ଫୋନି ତାଣ୍ଡବ ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନେକ ମରାମତି କାମର ତାଲିକା ହୋଇଛି । ଏଥିପାଇଁ ଅନୁଦାନ ବ୍ୟବସ୍ଥା ହୋଇଛି । ଏସବୁ କାମ ଆରମ୍ଭ ହେବା ପୂର୍ବରୁ ଏବଂ କାମ ସରିବା ପରେ ଭିଡିଓ ଏବଂ ସ୍ଥିର ଚିତ୍ର ନିଆଯିବ । ଏହାଦ୍ୱାରା ମରାମତି କାମର ଅର୍ଥ ଠିକରେ ଖର୍ଚ୍ଚ ହୋଇପାରିବ ବୋଲି ମୁଖ୍ୟ ପ୍ରଶାସକ ମତ ଦେଇଥିଲେ । ଇଣ୍ଡିଆନ ଅଏଲ କର୍ପୋରେସନ ଶ୍ରୀମନ୍ଦିର ପ୍ରଶାସନକୁ ୫ କୋଟି ଟଙ୍କାର ସହାୟତା ଦେଇଥିବାରୁ ବୈଠକରେ ଏକ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିଭଳି ଅଷ୍ଟ୍ରେଲିଆର ଜଣେ ଓଡ଼ିଆ ଡାକ୍ତର ଶ୍ରୀମନ୍ଦିରରେ ଫୋନି ମରାମତି ପାଇଁ ମଂଗଳବାର ଦିନ ୫୦ ହଜାର ଟଙ୍କା ଦାନ ଦେଇଥିବାର ସେ ସୂଚନା ଦେଇଥିଲେ ।

ବୈଠକରେ ସୂଚନା ଦିଆଯାଇଥିଲା ଆସନ୍ତା ଜୁନ ୧୧ରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରବର୍ତ୍ତି ବୈଠକ ହେବ । ଜୁନ ୪ରେ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ହେବ । ଜୁନ ୪ରୁ ୧୧ ତାରିଖ ମଧ୍ୟରେ ଛତିଶା ନିଯୋଗ ବୈଠକ ଡକାଯିବ । ଏସବୁ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ନୀଳାଦ୍ରିବିଜେ ଆଦି ଯାନିଯାତ୍ରାର ନୀତି ନିର୍ଘଣ୍ଟ ଉପରେ ମତାମତ ନିଆଯିବ । ପରିଚାଳନା କମିଟି ବୈଠକରେ ଏସବୁ ନୀତି ନିର୍ଘଣ୍ଟକୁ ଅନୁମୋଦନ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି, ସରକାରୀ ଏବଂ ବେସକାରୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ