ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଡ୍‌ଭାନ୍ସ ବୁକିଂରେ ‘ପୁଷ୍ପା-୨’ର ରେକର୍ଡ, ୫୨.୭୪ କୋଟି ଟପିଲା କଲେକ୍ସନ୍‌

Published By : Krishna Priya | December 4, 2024 8:53 AM

ମୁମ୍ବାଇ ୦୪/୧୨: ଆଡ୍‌ଭାନ୍ସ ବୁକିଂରେ ‘ପୁଷ୍ପା-୨’ର ରେକର୍ଡ । ରିଲିଜ୍‌ ପୂର୍ବରୁ ଆଗୁଆ ଟିକେଟ୍‌ ବୁକିଂରେ ଫିଲ୍ମର କଲେକ୍ସନ୍‌ ୫୨.୭୪ କୋଟି ଟପିଛି । ଇଣ୍ଡଷ୍ଟ୍ରି ଟ୍ରାକର୍‌ ସାକ୍‌ନିଲ୍‌କ.କମ୍‌ ଅନୁସାରେ, ଭାରତରେ ଅଦ୍ୟାବଧି ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରେ ଫିଲ୍ମର ଆୟ ୩୫.୧୭ କୋଟି ଟପିଛି । ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ୍‌ ସମେତ ୨ଡି, ୩ଡି, ୪ଡିଏକ୍ସ ଓ ଆଇମ୍ୟାକ୍ସରେ ହିନ୍ଦୀ ସଂସ୍କରଣରେ ଫିଲ୍ମ ଏହି ଆୟ କରିଛି । ଫିଲ୍ମର ଆମେରିକା ବିତରକ ପ୍ରତ୍ୟଙ୍ଗିରା ସିନେମାଜ୍‌ ଅନୁସାରେ, ଆଡ୍‌ଭାନ୍ସ ବୁକିଂରେ ‘ପୁଷ୍ପା-୨’ ୧୭.୫୭ କୋଟି କଲେକ୍ସନ୍‌ କରିଛି । ଭାରତ ଓ ଆମେରିକାରେ ଆଡ୍‌ଭାନ୍ସ ବୁକିଂରୁ ଫିଲ୍ମର ମୋଟ୍‌ ୫୨.୫୦ କୋଟି କଲେକ୍ସନ୍‌ ହୋଇଛି । ଆମେରିକାର ୧୦୧୦ଟି ସ୍ଥାନରେ ୬୫ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହୋଇଛି । 

ଫିଲ୍ମ ରିଲିଜ୍‌ର ମାତ୍ର ୪ ଦିନ ପୂର୍ବରୁ ଅର୍ଥାତ୍‌ ଗତ ୧ ତାରିଖ ମଧ୍ୟରାତ୍ରିରେ ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ପ୍ରଥମ ଦିନର ଶୋ’ ପାଇଁ ଫିଲ୍ମର ପ୍ରଥମ ଭାଗ ‘ପୁଷ୍ପା: ଦ ରାଇଜ୍‌’ ହିନ୍ଦୀ ସଂସ୍କରଣରେ ପ୍ରଥମ ୧୨ ଘଣ୍ଟାରେ ୧.୨୫ ଲକ୍ଷ ଟିକେଟ୍‌ ବିକ୍ରି କରିଥିଲା । ଅନ୍ୟପକ୍ଷେ, ୨ୟ ଭାଗ ‘ପୁଷ୍ପା: ଦ ରୁଲ୍‌’ ମଧ୍ୟାହ୍ନ ସୁଦ୍ଧା ହିନ୍ଦୀ ସଂସ୍କରଣରେ ୧.୮ ଲକ୍ଷ ଟିକେଟ୍‌ ବିକ୍ରି କରିସାରିଥିଲା । ଅଦ୍ୟାବଧି ଫିଲ୍ମଟି ତେଲୁଗୁରେ ୧୭.୧୬ କୋଟି ଓ ହିନ୍ଦୀରେ ୧୨ କୋଟି କଲେକ୍ସନ୍‌ କରିଛି । ମାଲାୟାଲମ୍‌ ଓ ତାମିଲ ସଂସ୍କରଣରେ ଯଥାକ୍ରମେ ୧.୦୨ କୋଟି ଓ ୮୨.୪ ଲକ୍ଷ ଆଗୁଆ କଲେକ୍ସନ୍‌ କରିଛି । ସଦ୍ୟ ରିପୋର୍ଟ ଅନୁସାରେ, ଆଡ୍‌ଭାନ୍ସ ବୁକିଂରେ ଫିଲ୍ମର ୧୦ ଲକ୍ଷରୁ ଅଧିକ ଟିକେଟ୍‌ ବିକ୍ରି ହୋଇସାରିଛି । ପ୍ରଥମ ଦିନ ‘ପୁଷ୍ପା-୨’ର ବକ୍ସ ଅଫିସ୍‌ କଲେକ୍ସନ୍‌ ୨୫୦ କୋଟି ହେବ ବୋଲି ଆଶା କରାଯାଉଛି । କେବଳ ସାଉଥ୍‌ କଲେକ୍ସନ୍‌ ୧୦୦ କୋଟି ଟପିପାରେ । ‘ଯୱାନ’, ‘କେଜିଏଫ୍‌-୨’ ଓ ‘ବାହୁବଲୀ-୨’ର ପ୍ରଥମ ଦିନ ଏହା ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିପାରେ ବୋଲି ସିନେ ସମୀକ୍ଷକମାନେ ଅନୁମାନ କରିଛନ୍ତି ।

ଇତିମଧ୍ୟରେ ମହଙ୍ଗା ଟିକେଟ୍‌ ମାମଲାରେ ‘ପୁଷ୍ପା-୨’ ପ୍ରଥମ ତେଲୁଗୁ ଫିଲ୍ମ ହୋଇଛି । ଆନ୍ଧ୍ର ସରକାର ଟିକେଟ୍‌ ରେଟ୍‌ ବଢ଼ାଇବାକୁ ଥିଏଟରଙ୍କୁ ଅନୁମତି ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ସରକାର ଟିକେଟ୍‌ ରେଟ୍‌ ସ୍ଥିର କରନ୍ତି । ତେଣୁ ଟିକେଟ୍‌ ମୂଲ୍ୟରେ ପରିବର୍ତ୍ତନ କେବଳ ସରକାରଙ୍କ ମଞ୍ଜୁରି ପରେ ହିଁ ସମ୍ଭବ । ରେଟ୍‌ ବଢ଼ାଇବାର ଅନୁମତି ପାଇଁ ଅଲ୍ଲୁ ଆନ୍ଧ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ତେଲଙ୍ଗାନାରେ ଫିଲ୍ମର ପ୍ରିମିୟର ଶୋ’(ବୁଧବାର) ପାଇଁ ଟିକେଟ୍‌ ମୂଲ୍ୟ ୧୨୦୦ ଟଙ୍କା କରାଯାଇଛି । ରିଲିଜ୍‌ ପରେ ସିଙ୍ଗଲ ସ୍କ୍ରିନ୍‌ ପାଇଁ ୩୫୪ ଟଙ୍କା ଓ ମଲ୍ଟିପ୍ଲେକ୍ସ ପାଇଁ ୫୩୧ ଟଙ୍କା କରିବାକୁ ଅନୁମତି ମିଳିଛି । ୪୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ଆସନ୍ତା କାଲି ଅର୍ଥାତ୍‌ ଗୁରୁବାର ମୁକ୍ତିଲାଭ କରିବ । ସୁକୁମାରଙ୍କ ନିର୍ଦ୍ଦେଶନାରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ଫିଲ୍ମର ୩ଡି ସଂସ୍କରଣ ଏ ସପ୍ତାହରେ ରିଲିଜ୍‌ କରିବେ ନାହିଁ । ଅର୍ଥାତ୍‌ ୫ ତାରିଖ ବା ଆସନ୍ତା କାଲି ‘ପୁଷ୍ପା-୨’ ୩ଡିରେ ନୁହେଁ, କେବଳ ୨ଡିରେ ମୁକ୍ତିଲାଭ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.