ନୂଆଦଲ୍ଲୀ – ଭ୍ଲାଦିମିର ପୁଟିନ ଅମର ହେବାକୁ ଚାହାନ୍ତି। ତାଙ୍କର ଏହି ଇଚ୍ଛା ତ ବହୁତ ପୂର୍ବରୁ ସ୍ପଷ୍ଟ ହୋଇ ସାରି ଥିଲା। କିନ୍ତୁ ଏବେ ଏହାକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି। ଏବେ ପୁଟିନଙ୍କ ଅମରତ୍ୱର ଇଚ୍ଛାକୁ ସାକାର କରିବା ପାଇଁ ଜୋରଦାର କାମ ଚାଲିଛି। ଏଥିପାଇଁ ରୁଷରେ ସ୍ୱତନ୍ତ୍ର ଲ୍ୟାବ୍ ତିଆରି କରାଯାଇଥି। ଏହି ଲ୍ୟାବରେ ମାନବ ଅଙ୍ଗ ବିକଶିତ କରାଯାଉଛି। ଏହି ପ୍ରୋଜେକ୍ଟର ମୂଲ୍ୟ ମଧ୍ୟ ଆଶ୍ଚର୍ଯ୍ୟକର। ଉକ୍ତ ପ୍ରୋଜେକ୍ଟ ଉପରେ ମୋଟ ୨.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହାକୁ କ୍ରେମଲିନ ଏଥିରେ ସଂପୂର୍ଣ୍ଣ ରୂପେ ସାହାଯ୍ୟ କରୁଛି। ବର୍ତ୍ତମାନ ପୁଟିନଙ୍କ ବୟସ ୭୩ ବର୍ଷ ବୟସ।
ପୁଟିନଙ୍କ ବୟସ ହ୍ରାସ କରାଇବାର ଏହି ପ୍ରୋଜେକ୍ଟର ନାଁ ଦିଆଯାଇଛି, ‘ନ୍ୟୁ ହେଲଥ୍ ପ୍ରିଭେନ୍ସନ ଟେକ୍ନୋଲଜି’। ଏହି ଅନୁସାରେ ଜିନ ଥେରେପି , ଅର୍ଗାନ ପ୍ରିଟିଂ, ମିନି-ପିଗ୍ ଅର୍ଗାନକୁ ପ୍ରସ୍ତୁତ କରାଯିବା ଆଦି ଚେଷ୍ଟା ସାମିଲ ଅଛି। ଏମିତି ଯେ, ଖୁବ୍ ଥଣ୍ଡା ତାପମାତ୍ରାରେ , କ୍ରାୟୋଥେରେପି ମଧ୍ୟ ସାମିଲ ଅଛି। କୁହାଯାଉଛି ଯେ, ଏହି ସବୁ ପଦ୍ଧତିରେ ରୁଷୀୟ ରାଷ୍ଟ୍ରପତିଙ୍କ ବୟସ ବୃଦ୍ଧିକୁ ରୋକି ଦିଆଯିବ। କହି ରଖୁଛୁ କି , ପୁଟିନ ଅନେକ ସମୟରେ ନିଜର ସୁସ୍ଥ ଲାଇଫଷ୍ଟାଇଲ ପାଇଁ ଜଣାଯାନ୍ତି। ସେ କେବେ ହର୍ସ ରାଇଡିଂ କରନ୍ତି ତ ଆଉ କେବେ ସୁଇମିଂ କରିଥାନ୍ତି। ସେ ମଧ୍ୟ ଅନେକ ଫିଟନେସର ଅଲଗା ଅଲଗା ଉପାୟ ଆପଣାଇଛନ୍ତି।
କହି ରଖୁଛୁ ଯେ, ଗତ ବର୍ଷ ବେଜିଂରେ ମିଲିଟ୍ରି ପରେଡ ବେଳେ ପୁଟିନ ଓ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ହଟ୍ ମାଇକରେ କଥାବାର୍ତ୍ତା ଭାଇରାଲ ହେଉଛି। ସେହି ସମୟରେ ଦୁଇ ବରିଷ୍ଠ ନେତା ବୟସକୁ ନେଇ କଥାବାର୍ତ୍ତା ହେଉଥିଲେ। କୁହାଯାଉଛି ଯେ ଉଭୟ ନେତାଙ୍କ ମଧ୍ୟରେ ଏହି ବିଷୟକୁ ନେଇ କଥାବାର୍ତ୍ତା ହେଉଥିଲା ଯେ, ଯଦି ମଣିଷର କିଛି ଅଙ୍ଗ ବିଶେଷକୁ ବଦଳାଇ ଦିଆ ଯାଏ ତ ଅମରତ୍ୱ ପ୍ରାପ୍ତ ହୋଇପାରେ। ଏହି ସମୟରେ ବହୁତ ଲୋର ଏହି କଥାବାର୍ତ୍ତା ଖାରଦ କରି ଥିଲେ। ଲୋକଙ୍କ କହିବାନୁସାରେ , ଉଭୟ ହସ ମଜାଳିଆରେ ଏହି କଥା କହିଥିଲେ। କିନ୍ତୁଏବେ ରୁଷର ରାଜ୍ୟଧାନୀରେ ବୟସ ହ୍ରାସ କରିବାର ଲ୍ୟାବର କଥା ସାମ୍ନା ଆସିବା ଦ୍ୱାରା ଉଭୟଙ୍କ ଅର୍ଥ ବଦଳି ଯାଇଛି।