ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

Published By : Tapas Panda | July 31, 2025 4:36 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ନେଇ ଆମେରିକା ରାଷ୍ଟ୍ରମତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତକୁ ଡେଡ୍‌ ଇକୋନୋମି ବା ମୃତ ଅର୍ଥନୀତି ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ । ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରି ବିବାଦକୁ ଆସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲଙ୍କ ଗାନ୍ଧୀ ।  ଟ୍ରମ୍ପଙ୍କ ମନ୍ତବ୍ୟରେ ସତ୍ୟତା ଅଛି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ବୟାନ ସତ୍ୟକୁ ପ୍ରତିଫଳିତ କରୁଛି, ଯାହାକୁ କେବଳ ଭାରତ ସରକାର ଗ୍ରହଣ କରିବାକୁ ମନା କରୁଛନ୍ତି । ଟ୍ରମ୍ପଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ‘ହଁ ସେ ଠିକ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସମସ୍ତେ ଏହା ଜାଣନ୍ତି । ସମସ୍ତେ ଜାଣନ୍ତି ଯେ, ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି । ମୁଁ ଖୁସି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସତ୍ୟକୁ ଉଜାଗର କରିଛନ୍ତି ।’

ରାହୁଲ ଗାନ୍ଧୀ ଗୁରୁବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତୀୟ ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ‘ଭାରତୀୟ ଅର୍ଥନୀତି ମୃତ । ଆଦାନୀ-ମୋଦୀ ସହଭାଗୀତା, ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ GST ସହିତ ଏହାକୁ ନଷ୍ଟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।  MSME ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଏବଂ ଚାଷୀମାନଙ୍କୁ ଚାପି ଦିଆଯାଇଛି । ସେ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ସେମାନଙ୍କ ପାଖରେ କୌଣସି ଚାକିରି ନାହିଁ।’

 ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଆସିଛି । ରୁଷ ସହିତ ଭାରତର ବାଣିଜ୍ୟ ସମ୍ପର୍କକୁ କଟାକ୍ଷ କରି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ, ଭାରତ ରୁଷ ସହିତ କ'ଣ କରେ ତାହା ତାଙ୍କୁ ଚିନ୍ତା ନାହିଁ । ଉଭୟ ଦେଶର ଅର୍ଥନୀତି ମୃତ ବୋଲି ସେ କହିଛନ୍ତି  । ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ‘ଭାରତ ରୁଷ ସହିତ କ'ଣ କରେ ତାହା ମୋର ଭାବିବାର ନାହିଁ। ସେମାନେ ଏକାଠି ସେମାନଙ୍କର ମୃତ ଅର୍ଥନୀତିକୁ ନଷ୍ଟ କରିପାରନ୍ତି । ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ, ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.