ନୂଆଦିଲ୍ଲୀ,୦୪/୧୨: ଲୋକସଭାର ବିପକ୍ଷ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯାଉଥିଲେ ସମ୍ଭଲ। କିନ୍ତୁ ଗାଜିପୁର ଫ୍ଲାଏଓଭରରେ ଉଭୟଙ୍କୁ ଅଟକାଇଲା ପୋଲିସ୍ । ସମ୍ବଲର ଡିଏମ ରାଜେନ୍ଦ୍ର ପେସିୟା ପୋଲିସ ଅଫିସରଙ୍କୁ ଚିଠି ଲେଖି ରାହୁଲ ଗାନ୍ଧିଙ୍କୁ ରୋକିବାକୁ କହିଥିଲେ । ଯାହାପରେ ରାହୁଲ ଗାନ୍ଧୀ ସେଠାକାର ପ୍ରଶାସନ ଉପରେ ବର୍ଷିବା ସହିତ ସମ୍ଭଲ ଯିବା ରାସ୍ତାରୁ କରିଛନ୍ତି ୟୁଟର୍ଣ୍ଣ।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ରୋକିବା ପାଇଁ ହାପୁଡା ପାଖ ଟୋଲ ପ୍ଲାଜାରେ ସୁରକ୍ଷା କଡାକଡି କରାଯାଇଥିଲା । ଏହା ବ୍ୟତୀତ ଦିଲ୍ଲୀ-ମେରଠ ଏକ୍ସପ୍ରେସ ଓ୍ବେରେ ଗାଜିପୁର ବର୍ଡରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସର ଆରାଧନା ମିଶ୍ର କହିଛନ୍ତି , ଆପଣ ଲୋକସଭାରେ ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କୁ ସମ୍ଭଲ ଯିବାରୁ କିପରି ରୋକିପାରିଲେ । ଯଦି ସେ ଏହି ଦୁଃଖଦ ସମୟରେ ମୃତ୍ୟବରଣ କରିଥିବା ଲୋକଙ୍କ ପରିଜନଙ୍କ ପାଖକୁ ଭେଟିବାକୁ ଯାଉଛନ୍ତି । ତେବେ ଆପଣ ତାଙ୍କୁ ରୋକିବା କାରଣ କଣ ରହିଛି । କଣ ଏଇଟା ବିପକ୍ଷ ନେତାଙ୍କ କର୍ତ୍ତବ୍ୟ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଆମର ଦାୟିତ୍ବ । ତେଣୁ ଆମକୁ କେଉଁ କାରଣରୁ ରୋକିବାକୁ ଚେଷ୍ଟା କରୁଛନ୍ତି । ସେ ତାଙ୍କ କାମ କରୁଛନ୍ତି । ରାହୁଲ ଗାନ୍ଧୀ ଆପଣମାନଙ୍କୁ ପୀଡିତଙ୍କୁ ଭେଚିବାକୁ ରୋକିନାହାନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛି ।
ସେପଟେ ଅଧା ବାଟରେ ରୋକିବାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି, ମୋତେ ନ ଛାଡିଲେ ମୁଁ ଯେନତେନ ପ୍ରକାର ଯିବି । ମୋ ଗାଡିରେ ନ ଗଲେ ବି ଅନ୍ୟ କାହା ଗାଡିରେ ଯାଇପାରିବି । ପ୍ରକାଶ ଥାଉକି, ସମ୍ଭଲ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିପାରନ୍ତି ବୋଲି ଜିଲ୍ଲା ପ୍ରଶାସନକୁ ସୂଚନା ମିଳିଥିଲା। ଯାହାପରେ ଜିଲ୍ଲା ପ୍ରଶାସନ ରାହୁଲଙ୍କୁ ସମ୍ଭଲ ଆସବାକୁ ଅନୁମତି ପ୍ରଦାନ କରିଥିଲା । ରାହୁଲ ଗାନ୍ଧୀ ସମ୍ଭଲରେ ଆସିବାର ଖବର ପାଇବା ପରେ ଡିଏମ୍ ରାଜେନ୍ଦ୍ର ପେସିଆ ଗାଜିଆବାଦ ପୋଲିସ କମିଶନର, ଏସପି ଏବଂ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ଚିଠି ଲେଖି ଗାଜିଆବାଦ ଅମରୋହା ଓ ଆଖପାଖ ଅଞ୍ଚଳକୁ ସିଲ୍ କରିବାକୁ ଦେଇଥିଲେ ନିର୍ଦ୍ଦେଶ ।