ପ୍ରମୂଖ ଖବର
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରାହୁଲ ଗାନ୍ଧୀଙ୍କୁ ସମାନ୍ୟ ଆଶ୍ବସ୍ତି , ମାନହାନୀ ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

Published By : Anindita Ratha | January 20, 2025 1:53 PM

ନୂଆଦିଲ୍ଲୀ, ୨୦/୦୧:  ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାନ୍ୟ ଆଶ୍ବସ୍ତି।  ମାନହାନୀ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ନାମରେ  ଏକ ମାନହାନୀ ମାମଲା ରୁଜୁ ହୋଇଥିଲା।ଯାହାକୁ ନେଇ ଏବେ ସୁପ୍ରିମ୍‌କୋର୍ଟ ସ୍ଥଗିତ ରଖିଛନ୍ତି।

ତେବେ ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାୟର ହୋଇଥିବା ଏକ ସ୍ୱତନ୍ତ୍ର ଅନୁମତି ଆବେଦନର ଶୁଣାଣି କରିଥିଲେ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏପରି ଅନେକ ରାୟ ରହିଛି। ସେଥିପାଇଁ କେବଳ ପୀଡିତ ବ୍ୟକ୍ତି ହିଁ ମାନହାନି ଅଭିଯୋଗ ଦାଖଲ କରିପାରିବେ ।  ଅଭିଯୋଗ କୌଣସି ପ୍ରକ୍ସି ପାର୍ଟି ଦ୍ୱାରା ଦାଖଲ କରାଯାଇପାରିବ ନାହିଁ। ପ୍ରକାଶ ଥାଉକି, ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ମାନହାନୀ ମାମଲା ରୁଜୁ ହୋଇଥିଲା । ଏନେଇ ପ୍ରଥମେ ରାଞ୍ଚିର ଜଣେ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସେ ରାଞ୍ଚିରେ ଜୁଡିସିଆଲ୍ କମିଶନରଙ୍କ ନିକଟରେ ସଂଶୋଧନ ଆବେଦନ କରିଥିଲେ। ୧୫ ସେପ୍ଟେମ୍ବର ୨୦୧୮ ରେ, ରାଞ୍ଚିରେ ଜୁଡିସିଆଲ୍ କମିଶନର ଅଭିଯୋଗ ଆବେଦନକୁ ଖାରଜ କରି ଏହାକୁ ମାଜିଷ୍ଟ୍ରେଟ୍ କୋର୍ଟକୁ ପଠାଇ ଦେଇଥିଲେ। ରେକର୍ଡରେ ଥିବା ପ୍ରମାଣର ପୁନଃ ସମୀକ୍ଷା କରିବାକୁ ଜୁଡିସିଆଲ୍ କମିଶନର ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.