ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପ୍ରଜ୍ବଳ ରେଭନ୍ନା ମାମଲାରେ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, "ପ୍ରଧାନମନ୍ତ୍ରୀ, ଆପଣ ଜଣେ ମାସ୍ ରେପିଷ୍ଟ୍କୁ କାହିଁକି ରକ୍ଷା କରୁଛନ୍ତି ?

ନୂଆଦିଲ୍ଲୀ: ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ଚାଲିଥିବା ମହିଳାଙ୍କ ଯୌନ ଶୋଷଣ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱିତୀୟ ଚିଠି ଲେଖିଛନ୍ତି । ଏହି ଅଭିଯୋଗ ପତ୍ରରେ ସେ ପ୍ରଜ୍ବଳ ରେଭନାଙ୍କ କୂଟନୈତିକ ପାସପୋର୍ଟକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି । ସେ X ରେ ପୋଷ୍ଟ କରି ପିଏମ ମୋଦୀଙ୍କ ଠାରୁ ଏହି ଦାବି କରିଛନ୍ତି । ତେବେ ସିଦ୍ଧରମୈୟାଙ୍କ ପୋଷ୍ଟକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି । "ପ୍ରଧାନମନ୍ତ୍ରୀ, ଆପଣ ଜଣେ ମାସ୍ ରେପିଷ୍ଟ୍‌କୁ କାହିଁକି ରକ୍ଷା କରୁଛନ୍ତି ? ଆପଣଙ୍କର ବାଧ୍ୟବାଧକତା କ’ଣ ? ବୋଲି ପ୍ରଶ୍ନ କରିଛନ୍ତି । 

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସଂସ୍ଥାପକ ଏଚଡି ଦେବ ଗୌଡା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଭାରତ ନ ଫେରିବା ବିରୋଧରେ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ଆଇନଗତ ପ୍ରକ୍ରିୟାରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଗତ ଏପ୍ରିଲ ୨୭ ରେ ଜର୍ମାନୀ ଯାଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେ ଫେରିନାହାନ୍ତି । ଇଣ୍ଟରପୋଲ ତାଙ୍କ ବିରୋଧରେ ବ୍ଲୁ ନୋଟିସ ଜାରି କରିଛି । ତାଙ୍କ ଠିକଣା ସମ୍ବନ୍ଧରେ ସୂଚନା ମାଗିଛି । 

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ । ଏଭଳି ଗୁରୁତର ପ୍ରସଙ୍ଗରେ ତାଙ୍କ ଦ୍ୱାରା ପୂର୍ବରୁ ଲେଖାଯାଇଥିବା ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନରେନ୍ଦ୍ର ମୋଦୀଙ୍କୁ ମେ ’୧ ରେ ଚିଠି ଲେଖିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.