ପ୍ରମୂଖ ଖବର
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ମାମଲା ପ୍ରତ୍ୟାହାର କରିବେ ରାହୁଲ ଗାନ୍ଧୀଙ୍କ ଓକିଲ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Published By : Bijay Swain | August 13, 2025 11:48 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣେ କୋର୍ଟରେ ତାଙ୍କ ଜୀବନକୁ ବିପଦ ଥିବା ଦାବି କରି ଦାଖଲ ହୋଇଥିବା ଏକ ଲିଖିତ ବୟାନକୁ ପ୍ରତ୍ୟାହାର କରିବେ। ଏହି ବୟାନ ତାଙ୍କ ଓକିଲ ଅନୁମତି ବିନା ଦାଖଲ କରିଥିଲେ ବୋଲି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାଥ ବୁଧବାର ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ଏହି ମାମଲା ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ରାହୁଲଙ୍କ ମନ୍ତବ୍ୟ ସହ ଜଡ଼ିତ ଏକ ମାନହାନୀ ମାମଲା ସହ ସମ୍ପର୍କିତ।

ସୁପ୍ରିୟା ଶ୍ରୀନାଥ କହିଛନ୍ତି ଯେ, “ରାହୁଲ ଗାନ୍ଧୀଜୀଙ୍କ ଓକିଲ ତାଙ୍କୁ ପଚାରି କିମ୍ବା ଅନୁମତି ନନେଇ ଜୀବନକୁ ବିପଦ ଥିବା ଦାବି କରି କୋର୍ଟରେ ଲିଖିତ ବୟାନ ଦାଖଲ କରିଥିଲେ। ରାହୁଲଜୀ ଏହା ସହ ଦୃଢ଼ ଭାବେ ଅସହମତ। ତେଣୁ, ଆସନ୍ତାକାଲି ତାଙ୍କ ଓକିଲ ଏହି ବୟାନକୁ କୋର୍ଟରୁ ପ୍ରତ୍ୟାହାର କରିବେ।”

ଏହି ଆବେଦନ ରାହୁଲଙ୍କ ଓକିଲ ଅଡ଼ଭୋକେଟ ମିଲିନ୍ଦ ପାୱାର ଦାଖଲ କରିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ ରାହୁଲ ଗାନ୍ଧୀଙ୍କର ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କ ସୁରକ୍ଷା ମଧ୍ୟ ବିପଦରେ ଅଛି। ଏହା ସାବରକରଙ୍କ ବିରୋଧରେ ରାହୁଲଙ୍କ ମନ୍ତବ୍ୟ ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ଜଡ଼ିତ ରହିଛି। 

ଏହି ମାନହାନୀ ମାମଲା ୨୦୨୨ ନଭେମ୍ବର ୧୭ରେ ମହାରାଷ୍ଟ୍ରର ଅକୋଲାରେ ଭାରତ ଜୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ସହ ଜଡ଼ିତ। ଯେଉଁଥିରେ ସେ ସାବରକରଙ୍କୁ “ବ୍ରିଟିଶଙ୍କ ଚାକର” ବୋଲି ଅଭିହିତ କରିଥିଲେ ଏବଂ ଦାବି କରିଥିଲେ ଯେ ସେ ବ୍ରିଟିଶ ସରକାରଙ୍କଠାରୁ ପେନସନ ପାଉଥିଲେ। ସତ୍ୟାକି ସାବରକର ଏହା ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ। ଯେଉଁଥିରେ ବକ୍ତବ୍ୟର ଏକ ସିଡି ଏବଂ ଟ୍ରାନ୍ସକ୍ରିପ୍ଟ ପ୍ରମାଣ ଭାବେ ଦାଖଲ କରାଯାଇଥିଲା।

ଆବେଦନରେ ରାହୁଲ ଗାନ୍ଧୀଙ୍କ “ଭୋଟ ଚୋରୀ” ଅଭିଯୋଗ ଏବଂ ବିଜେପି ନେତା ରବନୀତ ସିଂ ବିଟ୍ଟୁ ଏବଂ ତରବିନ୍ଦର ସିଂ ମାରୱାଙ୍କ ଦୁଇଟି ଜନସାଧାରଣ ଧମକକୁ ଉଲ୍ଲେଖ କରାଯାଇଥିଲା। ବିଟ୍ଟୁ ରାହୁଲଙ୍କୁ “ଦେଶର ଏକ ନମ୍ବର ଆତଙ୍କବାଦୀ” ବୋଲି କହିଥିବା ଅଭିଯୋଗ ରହିଛି।

ଏହି ଘଟଣା ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛି। ଏବଂ ରାହୁଲ ଗାନ୍ଧୀଙ୍କ ଓକିଲ ଆସନ୍ତାକାଲି କୋର୍ଟରେ ଏହି ବୟାନ ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.