PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଖାଦ୍ୟ ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗରୁ ଦୋକାନ ଉପରେ ଚଡଉ, ୧୦ ହଜାର ଟଙ୍କା ଜୋରିମାନା ଆଦାୟ

ମାଲକାନଗିରି ୨୨।୯(ଆପ୍ର) : ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ଏବଂ ପୁଲିସ ବିଭାଗ ପକ୍ଷରୁ ଆଜି ବିଭିନ୍ନ ଦୋକାନ ଉପରେ ମିଳିତ ଚଡଉ ଆରମ୍ଭ ହୋଇଯାଇଛି । ଆଜି ସକାଳେ ମାଲକାନଗିରି ସହର ରେ ଥିବା ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଓ ଛୋଟ ବଡ଼ ଦୋକାନ ଅପରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଶି ଭୂଷଣ ମହାପାତ୍ର,ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରଭାସ ସେଠି,ଶିବଶୁନ୍ଦର ପାଣିଗ୍ରାହୀ,ତୁଷାର ପାଲ ଓ ମାଲକାନଗିରି ଥାନା ସବ ଇନ୍ସିପେକ୍ଟର ପ୍ରଶାନ୍ତ ଗୌଡ଼ ପୁଲିସ ସଦଳବଳ ମିଳିତ ଭାବେ ଚଡଉ କରିଥିଲେ । ଦୋକାନ ମାନଙ୍କରେ ବିକ୍ରି କରୁଥିବା ବେଆଇନ ଗୁଟୁକା, ବିଡ଼ି, ସିଗାରେଟ, ଟୋବାକ ଆଦି ପ୍ରାୟ ୫ ବସ୍ତା ମାଦକ ଦ୍ରବ୍ୟ ଜବତ କରି ଦୋକାନୀ ମାନଙ୍କ ଠାରୁ୧୦ ହଜାର ଟଙ୍କା ଜରିମାନା ଆଦାୟ କରି ପରବର୍ତ୍ତୀ ସମୟରେ ଯେପରି ବେଆଇନ ଭାବେ ମାଦକ ଦ୍ରବ୍ୟ ବିକ୍ରି ନକରିବା ପାଇଁ ତାଗିଦ କରିଥିଲେ। ଏହା ବ୍ୟତୀତ ବିଭିନ୍ନ ଖାଦ୍ୟ ସାମଗ୍ରୀର ମାନ ଓ ଭ୍ୟାଲିଡିଟି ତାରିଖ ଯାଞ୍ଚ କରିଥିଲେ ।