PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଟ୍ରେନରେ ୫ବର୍ଷରୁ କମ ବୟସ ଶିଶୁଙ୍କୁ ବି ଲାଗିବ ଟିକେଟ୍? ସ୍ପଷ୍ଟୀକରଣ ରଖିଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ ୧୮/ ୦୮: ରେଳରେ ଯାତ୍ରା କରୁଥିବା ଛୋଟ ପିଲାଙ୍କର ବି ଲାଗିବ ଟିକେଟ୍‌ ! କିଛି ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛି ରେଳ ବିଭାଗ । ରେଲଓ୍ବେ ମନ୍ତ୍ରାଳୟ କହିବା ମୁତାବକ, ଟ୍ରେନରେ ଯାତ୍ରା କରୁଥିବା ବେଳେ ଛୋଟ ଶିଶୁଙ୍କ ପାଇଁ ଅଲଗା ଟିକେଟ୍‌ ବୁକ୍‌ କରାଯିବାର ଆବଶ୍ୟକତା ନାହିଁ । ରେଳ ବିଭାଗର ପୂର୍ବ ନିୟମରେ କୌଣସି ଅଦଳବଦଳ କରାଯାଇ ନାହିଁ ।

କିଛି ଗଣମାଧ୍ୟମରେ ଗୁଜବ ଖବର ପ୍ରକାଶ ପାଇବା ପରେ ଏ ନେଇ ଭାରତୀୟ ଦଳ ସ୍ପଷ୍ଟୀକରଣ ରଖିଛି । ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଏକ ବର୍ଷରୁ ୪ ବର୍ଷ ବୟସ ଶିଶୁ ଟ୍ରେନରେ ଯାତ୍ରା କଲେ ସେମାନଙ୍କ ପାଇଁ ସ୍ପତନ୍ତ୍ର ଟିକେଟ୍‌ ଆବଶ୍ୟକ । କିନ୍ତୁ ଯାତ୍ରୀଙ୍କୁ ଭ୍ରମିତ କରିବା ପାଇଁ କିଛି ଅସାଧୁ ବ୍ୟକ୍ତି ଗୁଜବ ପ୍ରଚାର କରୁଥିବା ରେଲଓ୍ବେ ମନ୍ତ୍ରାଳୟ କହିଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପିଲାଙ୍କ ପାଇଁ ସେତେବେଳେ ଟିକେଟର ଆବଶ୍ୟକତା ପଡିବ ଯେତେବେଳେ ସେମାନେ ଅଲଗା ସିଟ୍‌ ଆବଶ୍ୟକ କରିବେ । ଅର୍ଥାତ ଯାତ୍ରା କରିବା ସମୟରେ ପିଲାଙ୍କ ପାଇଁ ଯଦି ଅଧିକ ସିଟ୍‌ ଆବଶ୍ୟକ ପଡେ ତେବେ ସେଥିପାଇଁ ଦେୟ ଦେବାକୁ ପଡିବ । ଅନ୍ୟ ଯାତ୍ରୀଙ୍କ ସିଟ୍‌ ପାଇଁ ଯେତିକି ଦେୟ ରହୁଛି ପିଲାଙ୍କ ପାଇଁ ସିଟ୍‌ ବୁକ କରିଲେ ମଧ୍ୟ ସମାନ ଦେୟ ଦେବାକୁ ପଡିବ । ସେ କ୍ଷେତ୍ରରେ ଚାର୍ଜ ଲାଗିବ ନେଚତ୍‌ ଛୋଟ ଛୋଟ ଶିଶୁ ପୂର୍ବଭଳି ଟ୍ରେନରେ ମାଗଣା ଯାତ୍ରା କରିପାରିବେ ।

ଏହା ପୂର୍ବରୁ ୫ ବର୍ଷରୁ କମ ବୟସ ଶିଶୁଙ୍କ ପାଇଁ ରେଳ ଯାତ୍ରା କରିବାକୁ ଟିକେଟ୍‌ କରିବା ଆବଶ୍ୟକ ଖବର ଉପରେ ପ୍ରତିକ୍ରିୟା ଦେଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଥିଲେ, ରେଲଓ୍ବେ ଏବେ ଆଉ ଗରିବଙ୍କ ପାଇଁ ନାହିଁ । ସରକାର ମନଇଚ୍ଛା ନିୟମ କରୁଛନ୍ତି । ସାଧାରଣ ଗରିବ ଜନତା ହିଁ ପ୍ରଭାବିତ ହେଉଛନ୍ତି’।