ଦିଲ୍ଲୀରେ ଏହି ସମୟରେ ହେବ ବର୍ଷା , କାଲି ଘନ କୁହୁଡ଼ିର ଅରେଞ୍ଜ ଆଲର୍ଟ ; ୩ ଜାନୁୟାରୀ ଯାଏ ରହିବ ଏମିତି ସ୍ଥିତି
ଦିଲ୍ଲୀ ସହ ଏନସିଆରରେ ଏହି ସପ୍ତାହରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ଅନୁସାରେ, ଏକ ନୂଆ ପଶ୍ଚିମା ଝଡ଼ ୩୦ ଡିସେମ୍ୱରରୁ ପଶ୍ଚିମୀ ହିମାଳୟୀ କ୍ଷେତ୍ର ଓ ୩୧ ଡିସେମ୍ୱର ପାଖାପାଖି ମୈଦାନୀ ଅଞ୍ଚଳକୁ ପ୍ରଭାବିତ କରିପାରେ ...
Published By :
Pradesh
- Prameya Bureau |
December 28, 2025 04:20 PM
-
ଦିଲ୍ଲୀ -ଏନସିଆରରେ ପାଣିପାଗରେ ବଡ଼ ପରିବର୍ତ୍ତନ
-
ମୈଦାନୀ ଅଞ୍ଚଳକୁ ପ୍ରଭାବିତ କରିବ ନୂଆ ପଶ୍ଚିମା ଝଡ଼
-
୨୯ ଓ ୩୦ ଡିସେମ୍ୱର ସକାଳେ ଘନ କୁହୁଡ଼ି ଦେଖାଯିବ
-
କାଲି ଘନ କୁହୁଡ଼ିର ଅରେଞ୍ଜ ଆଲର୍ଟ ଜାରି
ନୂଆଦିଲ୍ଲୀ : ଦିଲ୍ଲୀ ସହ ଏନସିଆରରେ ଏହି ସପ୍ତାହରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ଅନୁସାରେ, ଏକ ନୂଆ ପଶ୍ଚିମା ଝଡ଼ ୩୦ ଡିସେମ୍ୱରରୁ ପଶ୍ଚିମୀ ହିମାଳୟୀ କ୍ଷେତ୍ର ଓ ୩୧ ଡିସେମ୍ୱର ପାଖାପାଖି ମୈଦାନୀ ଅଞ୍ଚଳକୁ ପ୍ରଭାବିତ କରିପାରେ। ଏହି ପ୍ରଭାବରେ ଦିଲ୍ଲୀରେ ହାଲକା ଧରଣର ବର୍ଷା କିମ୍ୱା ଝିପିଝିପି ବର୍ଷା ମଧ୍ୟ ଦେଖିବାକୁ ମିଳି ପାରେ। ଦିଲ୍ଲୀରେ ୨୯ ଓ ୩୦ ଡିସେମ୍ୱର ସକାଳେ ଅନେକ ସ୍ଥାନରେ ମଧ୍ୟମ ଧରଣର ଘନ କୁହୁଡ଼ି ଛାଇ ଯିବାର ସତର୍କତା ଜାରି କରାଯାଇଛି।
ମୌସୁମୀ ବିଭାଗ ରବିବାର ରାତିରେ ଦିଲ୍ଲୀ ସହ ଏନସିଆରରେ ହାଲକା କୁହୁଡ଼ିର ଅନୁମାନ କରିଛି। କାଲି ଅର୍ଥାତ୍ ସୋମବାର ୨୯ ଡିସେମ୍ୱରରେ ଦିଲ୍ଲୀରେ ସକାଳ ସମୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି , ଯାହାକି କିଛି ସ୍ଥାନରେ ଖୁବ୍ ଘନ କୁହୁଡ଼ି ଛାଇ ଯିବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିନରେ ବାଦଲ ନଥିବାରୁ ଆକାଶ ସଫା ରହିଥାଏ। ଦ୍ୱିପ୍ରହର ସମୟରେ ବାୟୁର ଗତି ପ୍ରତି ଘଣ୍ଟା ୧୦ରୁ ୧୫ କିଲୋମିଟର ଦେଖିବାକୁ ମିଳିବ।
ମୌସୁମୀ ବିଭାଗ ଅନୁସାରେ ,୩୧ ଡିସେମ୍ୱରରେ ଦିଲ୍ଲୀ ସହ ଏନସିଆରର ଅନେକ ଅଞ୍ଚଳରେ ଆଂଶିକ ରୂପେ ବାଦଲ ଘେରି ରହିବାର ସମ୍ଭାବନା ରହିଛି। ସକାଳ ସମୟରେ ହାଲକାରୁ ମଧ୍ୟ ଧରଣର କୁହୁଡ଼ି ଦେଖିବାକୁ ମିଳି ପାରେ। ଜାନୁଆରୀ ପହିଲାରୁ ଦିଲ୍ଲୀରେ ଆଂଶିକ ଭାବେ ବାଦଲ ନଜର ଆସିପାରେ। କିଛି ସ୍ଥାନରେ ଖୁବ୍ ହାଲକା ବର୍ଷା କିମ୍ୱା ଝିପିଝିପି ବର୍ଷା ହୋଇପାରେ। ସକାଳ ସମୟରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ଦେଖିବାକୁ ମିଳିପାରେ। ଏନସିଆରର ସହର ଗୁଡ଼ିକରେ ମଧ୍ୟ ଏମିତି ପାଣିପାଗ ରହି ପାରେ।
୨ଜାନୁଆରୀରେ ମଧ୍ୟ ଦିଲ୍ଲୀରେ ଆଂଶିକ ଭାବେ ବାଦଲ ନଜର ଆସିବାର ଅନୁମାନ କରିଛି ପାଣିପାଗ ବିଭାଗ। ୩ ଜାନୁଆରୀରେ ଦିଲ୍ଲୀରେ ଆକାଶ ସଫା ରହିବାର ଅନୁମାନ ଅଛି। ହେଲେ ଏହି ଦିନ ମଧ୍ୟ ସକାଳ ସମୟରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳି ପାରେ। ୨୯ରୁ ୩୧ ଡିସେମ୍ୱର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରାର ୬ରୁ୯ ଡିଗ୍ରୀ ସେଲସିୟସ ଆଖାପାଖ ରହିବାର ଅନୁମାନ ରହିଛି। ଏନସିଆରର ସହର ଗୁଡ଼ିକରେ ଏମିତି ହିଁ ସ୍ଥିତି ରହିବ।