କଟକ, ୩୧/୧୦: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ହାଇକୋର୍ଟରୁ ଝଟ୍‌କା ଲାଗିଛି । ରାଜାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଉଚ୍ଚ ଅଦାଲତ । ସେହିପରି ସହଯୋଗୀ ସୁଶାନ୍ତ ସାମଲଙ୍କ ଜାମିନ ମଧ୍ୟ ଖାରଜ ହୋଇଛି ।  

କହିରଖୁ କି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ମାର୍ଚ୍ଚ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି । ସେବେ ଠାରୁ ଜେଲରେ ଅଛନ୍ତି ।