କଟକ ୧୬/୦୪: ଚୌଦ୍ୱାର ଜେଲ୍‌କୁ ଫେରିଲା ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ। ରିମାଣ୍ଡ ଅବଧି ଶେଷ ପରେ ଆଜି କଟକ ଜେଏମ୍ଏଫ୍ସି କୋର୍ଟରେ ରାଜାକୁ ହାଜାର କରିଥିଲା କର୍ଣ୍ଣାଟକ ମହୀଶୂର ପୁଲିସ। ପରେ କଡା ସୁରକ୍ଷା ବଳୟ ଭିତରେ ଉଭୟ କର୍ଣ୍ଣାଟକ ଓ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଚୌଦ୍ଵାର ଜେଲ ନେଇ ଛାଡ଼ିଛନ୍ତି।

ସୂଚନା ଅନୁଯାଇ ଚୌଦ୍ୱାର ଜେଲ୍ରୁ ଫେରାର୍ ହୋଇ ଡିସେମ୍ବର ମାସ ୨୮ ତାରିଖରେ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନସୁର ସହରରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇଥିବା ବିହାରୀ ଅପରାଧୀ ରାଜା ସାହାଣୀ। ଏଥିରେ ୮ କେଜି ୩ଶହ ଗ୍ରାମ୍ର ସୁନା ଓ କୋଟିଏରୁ ଅଧିକ ଟଙ୍କାର ହୀରା ଲୁଟ୍ କରିନେଇଥିଲେ ।ଗହଣା ଦୋକାନ ଲୁଟ୍ ମାମଲାରେ ଅଭିଯୁକ୍ତକୁ ଜେରା କରିବା ପାଇଁ କର୍ଣ୍ଣାଟକ ମହୀଶୂର ପୁଲିସ କଟକ ଜେଏମ୍ଏଫ୍‌ସି-୧ କୋର୍ଟ ଅନୁମତି ପ୍ରଦାନ କରିଥିଲେ। ଏପ୍ରିଲ ୯ ତାରିଖରେ ରାଜା ସାହାଣୀଙ୍କୁ ୭ ଦିନିଆ ରିମାଣ୍ଡ ନେଇ ଜେରା କରିଥିଲା ମହୀଶୂର ପୁଲିସ। ଗହଣା ଲୁଟ୍ ଘଟଣା ରାଜାଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛି ପୁଲିସ। ତେବେ ଗତକାଲି ତାର ରିମାଣ୍ଡ ଅବଧି ସରିଥିବା ବେଳେ ମହୀଶୂର ପୁଲିସ ଆଜି କଟକ ଜେଏମ୍ଏଫ୍‌ସି - ୧ କୋର୍ଟ କଡ଼ା ସୁରକ୍ଷା ଭିତରେ ହାଜର କରିଥିଲା। ସେଠାରୁ ରାଜା ସାହାଣୀଙ୍କୁ ଚୌଦ୍ବାର ଜେଲକୁ ପଠାଯାଇଛି।

ଅଧିକ ପଢ଼ନ୍ତୁ :-  CBSE 10th Topper Odisha: ଟିନା ରଥ ଏବଂ ଆଲିଶା ବିଶ୍ୱାଳ ସିବିଏସଇ ଦଶମ ଟପ୍ପର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅନ୍ୟପକ୍ଷରେ ଜେଲ୍‌ର କେତେକ କର୍ମଚାରୀଙ୍କ ସହ ରାଜାର ଯୋଗସୂତ୍ର ଭଲ ଥିବାରୁ ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ୱାରରେ ରଖିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଆଉ ଚାହୁଁନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତକୁ ବ୍ରହ୍ମପୁର ସର୍କଲ ଜେଲ୍କୁ ସ୍ଥାନାନ୍ତର କରାଇବା ପାଇଁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଗତ ସୋମବାରଠାରୁ କୋର୍ଟରେ ଆବେଦନ କରିଛନ୍ତି ।

ସେପଟେ ଚୌଦ୍ୱାର ଜେଲ୍ରୁ ଫେରାର ହୋଇ ପରେ ପୁଲିସ ହାତରେ ଧରାପଡ଼ିଥିବା ଅନ୍ୟତମ ବିହାରୀ ଅଭିଯୁକ୍ତ ମଧୁକାନ୍ତ ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ବନ୍ଦୀ ରହିଛି ।