ଜୟପୁର,୧୪।୧୧: ରାଜସ୍ଥାନରେ ନିର୍ବାଚନ ସମୟରେ ଏସଡିଏମ୍‌ଙ୍କୁ ସ୍ବାଧୀନ ପ୍ରାର୍ଥୀ ମାଡ଼ ମାରିବା ଘଟଣା ଏବେ ଆହୁରି ବିବାଦୀୟ ରୂପ ନେଇଛି। ଏହି ଘଟଣା ପୋଲିସ ନରେଶ ମିଣାଙ୍କୁ ଗିରଫ କରିଛି। ତେବେ ଗିରଫ ସମୟରେ ନରେଶଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ପୋଲିସ ସମର୍ଥକଙ୍କୁ ହଟାଇବା ପାଇଁ ବଳ ପ୍ରୟୋଗ କରିଥିଲା। ଏହା ସହ ଲୁହ ବୁହା ଗ୍ୟାସ୍ ମଧ୍ୟ ମାଡ଼ କରିଥିଲା। 

ବୁଧବାର ରାଜସ୍ଥାନର ୭ଟି ଆସନରେ ଉପ ନିର୍ବାଚନ ପାଇଁ ଭୋଟିଂ ବେଳେ ସମରଭତ୍ତା ଗାଁରେ ନରେଶ ନିର୍ବାଚନ ଡ୍ୟୁଟିରେ ଥିବା ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିଥିଲେ। ଘଟଣା ପରେ ଜୋରଦାର ବିବାଦ ହୋଇଥିଲା। ଏହାପରେ ପୋଲିସ ମିଣାକୁ ଗିରଫ କରିନେଇଛି। ମିଳିଥିବା ସୂଚନା ଅନୁସାରେ,  ନରେଶ ମିଣା ଏସଡିଏମ୍‌ଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଗାଁର ଲୋକ ଭୋଟିଂ ବହିଷ୍କାର କରୁଥିଲେ, କିନ୍ତୁ ଏସଡିଢ଼୍ ବିଜେପି କ୍ୟାଣ୍ଡିଡେଟ୍‌କୁ ଜିତାଇବା ପାଇ ନକଲି ଭୋଟି କରିଥିଲା। କେବଳ ସେତିକି ନୁହେଁ ଏସ୍‌ଡିଏମ୍‌ ଅଙ୍ଗନବାଡି କର୍ମୀ, ତାଙ୍କ ସ୍ବାମୀ ଜଣେ ଶିକ୍ଷକଙ୍କୁ ଧମକାଇଥିଲେ ଯଦି ଭୋଟ ଦେବନି ତେବେ ତାଙ୍କର ସରକାରୀ ଚାକିରୀ ଚାଲିଯିବ। 

ନରେଶ କହିଛନ୍ତି ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିବା ପରେ ମୁଁ କଲେକ୍ଟର ସେଠାକୁ ଆସିବାର ଦାବି କରିଥିଲି, କିନ୍ତୁ କଲେକ୍ଟର ଆସିନଥିନ୍ତେ ।ସେ ହାତରେ ମେହେନ୍ଦୀ ଲଗାଇ ବସିଥିଲେ। ଏହି ଦାବିକୁ ନେଇ ମୁଁ ଧାରଣାରେ ବସିଥିଲି, କିନ୍ତୁ ମୋ ପାଇଁ ଖାଇବା ଓ ଗଦି ଆସୁଥିଲା। ତାକୁ ମଧ୍ୟ ପୋଲିସ ଆଣିବାକୁ ଦେଇନଥିଲା।ଏହାପରେ ମୋ ସମର୍ଥକଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ମୋ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ମୋର ସମର୍ଥକ ମୋତେ ୫ କିଲୋମିଟର ଦୂରକୁ ନେଇ କୌଣସି ଏକ ଘରେ ଲୁଚାଇ ରଖିଥିଲେ। ମୁଁ କହିଥିଲି ଏସ୍‌ପି ଏଠାକୁ ଆସନ୍ତୁ ଓ ମୋତେ ଗିରଫ କରନ୍ତୁ, କିନ୍ତୁ ଏସଡିଏମ୍‌ଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ।