ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିଥିବା ନରେଶ ମିଣା ଗିରଫ, ସମର୍ଥକଙ୍କ ଉପରେ ପୋଲିସର ଲାଠିଚାର୍ଜ ଓ ଟିୟରଗ୍ୟାସ୍ ମାଡ଼

Published By : Harapriya Biswal | November 14, 2024 3:59 PM

ଜୟପୁର,୧୪।୧୧: ରାଜସ୍ଥାନରେ ନିର୍ବାଚନ ସମୟରେ ଏସଡିଏମ୍‌ଙ୍କୁ ସ୍ବାଧୀନ ପ୍ରାର୍ଥୀ ମାଡ଼ ମାରିବା ଘଟଣା ଏବେ ଆହୁରି ବିବାଦୀୟ ରୂପ ନେଇଛି। ଏହି ଘଟଣା ପୋଲିସ ନରେଶ ମିଣାଙ୍କୁ ଗିରଫ କରିଛି। ତେବେ ଗିରଫ ସମୟରେ ନରେଶଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ପୋଲିସ ସମର୍ଥକଙ୍କୁ ହଟାଇବା ପାଇଁ ବଳ ପ୍ରୟୋଗ କରିଥିଲା। ଏହା ସହ ଲୁହ ବୁହା ଗ୍ୟାସ୍ ମଧ୍ୟ ମାଡ଼ କରିଥିଲା। 

ବୁଧବାର ରାଜସ୍ଥାନର ୭ଟି ଆସନରେ ଉପ ନିର୍ବାଚନ ପାଇଁ ଭୋଟିଂ ବେଳେ ସମରଭତ୍ତା ଗାଁରେ ନରେଶ ନିର୍ବାଚନ ଡ୍ୟୁଟିରେ ଥିବା ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିଥିଲେ। ଘଟଣା ପରେ ଜୋରଦାର ବିବାଦ ହୋଇଥିଲା। ଏହାପରେ ପୋଲିସ ମିଣାକୁ ଗିରଫ କରିନେଇଛି। ମିଳିଥିବା ସୂଚନା ଅନୁସାରେ,  ନରେଶ ମିଣା ଏସଡିଏମ୍‌ଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଗାଁର ଲୋକ ଭୋଟିଂ ବହିଷ୍କାର କରୁଥିଲେ, କିନ୍ତୁ ଏସଡିଢ଼୍ ବିଜେପି କ୍ୟାଣ୍ଡିଡେଟ୍‌କୁ ଜିତାଇବା ପାଇ ନକଲି ଭୋଟି କରିଥିଲା। କେବଳ ସେତିକି ନୁହେଁ ଏସ୍‌ଡିଏମ୍‌ ଅଙ୍ଗନବାଡି କର୍ମୀ, ତାଙ୍କ ସ୍ବାମୀ ଜଣେ ଶିକ୍ଷକଙ୍କୁ ଧମକାଇଥିଲେ ଯଦି ଭୋଟ ଦେବନି ତେବେ ତାଙ୍କର ସରକାରୀ ଚାକିରୀ ଚାଲିଯିବ। 

ନରେଶ କହିଛନ୍ତି ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିବା ପରେ ମୁଁ କଲେକ୍ଟର ସେଠାକୁ ଆସିବାର ଦାବି କରିଥିଲି, କିନ୍ତୁ କଲେକ୍ଟର ଆସିନଥିନ୍ତେ ।ସେ ହାତରେ ମେହେନ୍ଦୀ ଲଗାଇ ବସିଥିଲେ। ଏହି ଦାବିକୁ ନେଇ ମୁଁ ଧାରଣାରେ ବସିଥିଲି, କିନ୍ତୁ ମୋ ପାଇଁ ଖାଇବା ଓ ଗଦି ଆସୁଥିଲା। ତାକୁ ମଧ୍ୟ ପୋଲିସ ଆଣିବାକୁ ଦେଇନଥିଲା।ଏହାପରେ ମୋ ସମର୍ଥକଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ମୋ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ମୋର ସମର୍ଥକ ମୋତେ ୫ କିଲୋମିଟର ଦୂରକୁ ନେଇ କୌଣସି ଏକ ଘରେ ଲୁଚାଇ ରଖିଥିଲେ। ମୁଁ କହିଥିଲି ଏସ୍‌ପି ଏଠାକୁ ଆସନ୍ତୁ ଓ ମୋତେ ଗିରଫ କରନ୍ତୁ, କିନ୍ତୁ ଏସଡିଏମ୍‌ଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.