ନୂଆଦିଲ୍ଲୀ: ଚଳିତ ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ମୁକାବିଲା । ଗୁଜୁରାଟ-ରାଜସ୍ଥାନ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ରାଜସ୍ଥାନ ଟସ୍ ଜିତିଥିବାବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବୈଭବ ସୂର୍ଯ୍ୟବଂଶୀ ପୂର୍ବ ମୁକାବିଲାରେ ଦମଦାର ଫର୍ମରେ ରହିଥିବାବେଳେ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଲିଗ ରାଉଣ୍ଡ୍ରେଉଭୟ ଦଳ ପରସ୍ପରକୁ ୨ଥର ଭେଟିସାରିଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ରାଜସ୍ଥାନ ମୁଖ୍ୟତଃ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ କ୍ୱାଲିଫାୟର ପର୍ଯ୍ୟନ୍ତ ପହଞ୍ଚି ପାରିଛି । ବୈଭବ ଇତି ମଧ୍ୟରେ ୬୮୦ ରନ ସଂଗ୍ରହ କରିସାରିଛନ୍ତି ଓ ଅରେଞ୍ଜ କ୍ୟାପ୍ ନିଜ ନିଜଟରେ ରଖିଛନ୍ତି । ସେହିପରି ଧ୍ରୁବ ଜୁରେଲ ୫୦୮ ଓ ଯଶସ୍ୱୀ ଜୈସ୍ୱାଲ୍ ୪୨୬ ରନ ସଂଗ୍ରହ କରିଛନ୍ତି । ବୋଲିଂରେ ଆର୍ଚର ଇତି ମଧ୍ୟରେ ୨୪ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ନାନ୍ଦ୍ରେ ବର୍ଗର ଓ ବ୍ରିଜେଶ ଶର୍ମା ୧୩ଟି ଲେଖାଏଁ ୱିକେଟ ନେଇଛନ୍ତି ।
ଗୁଜରାଟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏପର୍ଯ୍ୟନ୍ତ ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରଖିଛି । ସାଇ ସୁଦର୍ଶନ, ଶୁଭମନ ଗିଲ ଓ ଜୋସ ବଟଲର ଚମତ୍କାର ଫର୍ମରେ ରହିଛନ୍ତି । ସୁଦର୍ଶନ ୬୫୨, ଗିଲ୍ ୬୧୮ ଓ ବଟଲର ୪୯୮ ରନ ସଂଗ୍ରହ କରିସାରିଛନ୍ତି । ସେହିପରି କାଗିସୋ ରାବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାନ ଶୃଙ୍ଖଳିତ ବୋଲିଂ ଜାରି ରଖିଛନ୍ତି । ରାବାଡା ୨୬ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରସିଦ ଖାନ ୧୯, ସିରାଜ ୧୭ ଓ ପ୍ରସିଦ୍ଧ କ୍ରିଷ୍ଣା ୧୫ଟି ୱିକେଟ୍ ଅକ୍ତିଆର କରିଛନ୍ତି ।
ଆଜି ବୈଭବ ଓ ଗୁଜରାଟ ପେସ୍ ବାହିନୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ନିଶ୍ଚିତ । ବୈଭବଙ୍କୁ ଆଉଟ୍ କରିବା ପାଇଁ ଗୁଜରାଟକୁ ଏକାଧିକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ବୈଭବଙ୍କୁ ଅଟକାଇ ପାରିଲେ ଅତି କମ୍ ମ୍ୟାଚର ୫୦% ଗୁଜରାଟ ନିୟନ୍ତ୍ରଣକୁ ଚାଲି ଆସିବ । ଗୁଜରାଟକୁ ପ୍ରଥମେ ବେଙ୍ଗାଲୁରୁ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରିବା ଜରୁରି । ସଠିକ୍ ଇମ୍ପାକ୍ଟ ଖେଳାଳି ଚୟନ କରିବା ଅଧିନାୟକ ଗିଲଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ ।
ଏହାସହ ପଢ଼ନ୍ତୁ : Rishabh Pant: ଟିମ୍ ଇଣ୍ଡିଆ ପରେ ତିନି ପାଞ୍ଜିରୁ ଗଲେ ପନ୍ତ, ଋଷଭ ଛାଡ଼ିଲେ LSG ଅଧିନାୟକ ପଦ