ଜୟପୁର,୧୯/୦୩: ଆଗାମୀ ଆଇପିଏଲ୍ ସିଜନ ପାଇଁ ରାଜସ୍ଥାନ ରୟାଲ୍ସ ଅନ୍ତିମ ଦଳ ଭାବେ ଅଫିସିଆଲ ଜର୍ସି ଉନ୍ମୋଚନ କରିଛି ।  ଫ୍ରାଞ୍ଚାଇଜ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନୂଆ ସିଜନର ନୂଆ ଜର୍ସି ଉପସ୍ଥାପନ କରାଯାଇଥିଲା ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ଏହି ଜର୍ସିର ଫଟୋ ଅପଲୋର୍ଡ କରାଯାଇ ଲେଖାଯାଇଥିଲା, "ନୂଆ ଜର୍ସି, ପୁରୁଣା ହଲ୍ଲା ବୋଲ୍' । ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧିନାୟକ ରିୟାନ ପରାଗ, ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ, ଲେଗ ସ୍ପିନର ରବି ବିଷ୍ଣୋଇ ଯୋଗ ଦେଇଥିଲେ । ଗତ ନିଲାମରେ ରାଜସ୍ଥାନ ରୟାଲ୍ସ ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କା ମୂଲ୍ୟରେ କିଣିଥିଲା ।

ଅଧିକ ପଢ଼ନ୍ତୁ :-  ଆଇପିଏଲ୍କୁ ଆଉ ୯ ଦିନ.. ଆହତ ପେସ୍ ବୋଲର, ଚିନ୍ତାରେ ଦଳ

ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ଦଳ ଆସନ୍ତା ୨୬ ତାରିଖରେ ଗୌହାଟୀ ପହଞ୍ଚିବ । ସେଠାରେ ୩ ଦିନ ଅଭ୍ୟାସ କରିବା ପରେ ଦଳ ୩୦ ତାରିଖରେ ପ୍ରଥମ ମ୍ୟାଚ ଖେଳିବ ଓ ୫ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ସାମ୍ନା କରିବ ।