ଫିଲ୍ମ ଫ୍ଲପ୍ ହେବାରୁ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଟଙ୍କା ଫେରାଇ ଦେଇଥିଲେ ରଜନୀକାନ୍ତ, ଅକ୍ଷୟ କୁମାର କଲେ ଖୁଲାସା

ନୂଆଦିଲ୍ଲୀ ୨୪/୦୬: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମର ପୁରା ଦୁନିଆ ଦିୱାନା। ନିଜର ୟୁନିକ୍ ଷ୍ଟାଇଲ୍ ଏବଂ ଅଭିନୟ ସହିତ ରଜନୀ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ରଜନୀକାନ୍ତଙ୍କ ସହ କାମ କରୁଥିବା ଅଭିନେତା ଅକ୍ଷୟ କୁମାର ନିଜକୁ ରଜନୀକାନ୍ତଙ୍କ ଅଭିନୟର ଫ୍ୟାନ୍ସ ବୋଲି କହିଥିଲେ। ଅଭିନେତାଙ୍କ ସହ ଜଡିତ ଏକ କଥା ସେୟାର କରି ଅକ୍ଷୟ କହିଥିଲେ ଯେ ରଜନୀକାନ୍ତ ତାଙ୍କ ଫିଲ୍ମ ଫ୍ଲପ୍ ହେବା ପରେ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଟଙ୍କା ଫେରସ୍ତ କରିଥିଲେ।

୨୦୧୮ ରେ, ୨.୦ ର ଟ୍ରେଲର ଲଞ୍ଚ ସମୟରେ ଅକ୍ଷୟ କୁମାର କହିଥିଲେ, ରଜନୀ ସାର୍ ଜଣେ ସୁପରଷ୍ଟାର ନୁହଁନ୍ତି, ବରଂ ସେ ଏକ ସମ୍ପୂର୍ଣ୍ଣ ଗାଲାକ୍ସି । ଇଣ୍ଡଷ୍ଟ୍ରିରେ ଯଦି କାହା ପାଖରେ ସ୍ୱାଗ୍ ଥାଏ ତାହା ସିଗାରେଟ୍ ଜଳାଇବା ହେଉ କିମ୍ବା ଷ୍ଟାଇଲରେ କୋର୍ଟ ପିନ୍ଧିବା ହେଉ। ଏହି ଜଲୱା କେବଳ ରଜନୀ ସାର୍ ଙ୍କ ପାଖରେ ଅଛି। ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏକି ତାଙ୍କ ଅନ୍ଦାଜକୁ କପି କରିବାକୁ ଚାହୁଁନାହାଁନ୍ତି। ତାଙ୍କର ଫିଲ୍ମ ବାବା ଆସିଥିଲା ଏବଂ ଏହା ବିଶେଷ କିଛି କରି ନଥିଲା, ତେଣୁ ସେ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଡାକି ସେମାନଙ୍କ ଟଙ୍କା ଫେରସ୍ତ କରି ଦେଇଥିଲେ। ସୁପରଷ୍ଟାର ହେବାର ଏହା ହେଉଛି ସବୁଠାରୁ ବଡ ପ୍ରମାଣ।

ରଜନୀକାନ୍ତଙ୍କ ଫିଲ୍ମ ବାବା ୨୦୦୨ ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ରଜନୀକାନ୍ତଙ୍କ ବ୍ୟାନର ଲୋଟସ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ନିର୍ମିତ ହୋଇଥିଲା। ଯାହାକୁ ସୁରେଶ କୃଷ୍ଣ ନିର୍ଦ୍ଦେଶନା ଦେଇଥିଲେ। ରଜନୀକାନ୍ତଙ୍କ ବ୍ୟତୀତ ମନୀଷା କୋଇରାଲା, ସୁଜାତା, ଆଶିଷ ବିଦାର୍ଥୀ, ବିଜୟକୁମାରଙ୍କ ଭଳି ଅନେକ ଷ୍ଟାର ଏହି ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମଟି ଡିଷ୍ଟ୍ରିବ୍ୟୁଟର୍ସ ୧୭ କୋଟି ଟଙ୍କାରେ କିଣିଥିଲେ, କିନ୍ତୁ ସେମାନେ କେବଳ ୩ କୋଟି ଲାଭ କରିଥିଲେ।