କେନ୍ଦ୍ରାପଡ଼ା, ୦୩/୦୧ : ବିଡିଓଙ୍କ ଚାମ୍ଵରରେ ଦବଙ୍ଗଗିରି। ବିଡିଓଙ୍କୁ ଘେରିଗଲେ, ଲାପଟପ୍ ଉଠାଇ ମାରିବାକୁ ଉଦ୍ୟମ କଲେ। ଶୁକ୍ରବାର ଦିନ ୧୨ଟା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ସ୍ଥାନୀୟ ନେତାଙ୍କ ସହିତ ୩୦ ରୁ ଉର୍ଦ୍ଧ୍ଵ ସମର୍ଥକ ବିଡିଓ ତିଳୋତମା ପୃଷ୍ଟିଙ୍କ ଚାମ୍ଵରରେ ପଶି ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି।

ସୂଚନାନୁଯାୟୀ, ଶୁକ୍ରବାର ଦିନ ୧୨ଟା ବେଳେ ଜଣେ ସ୍ଥାନୀୟ ନେତାଙ୍କ ସହିତ ୩୦ ରୁ ଉର୍ଦ୍ଧ୍ଵ ସମର୍ଥକ ରାଜନଗର ବିଡିଓ ତିଳୋତମା ପୃଷ୍ଟିଙ୍କ ଚାମ୍ଵରରେ ପଶିଥିଲେ। ବିଡିଓଙ୍କୁ ଘେରିଯାଇ ବେଆଇନ ବିଲ ଓ କାମ କରିବାକୁ କହିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଓ ଯେତିକି କାମ ହୋଇଥିବ ସେତିକି ବିଲ ହେବ ବୋଲି ବିଡିଓ କହିବାରୁ ସେମାନେ ଉତକ୍ଷିପ୍ତ ହୋଇ ବଚସା କରିଥିଲେ। ଏହାପରେ ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ଏପରିକି ଲାପଟପ୍ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ। ଆକ୍ରମଣ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ବିଡିଓ ତିଳୋତମା ପୃଷ୍ଟି ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜଣେ ମହିଳା ବିଡିଓଙ୍କୁ ଏଭଳି ଆକ୍ରମଣ ଘଟଣା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି।

ଏହି ଖବରଟିକୁ ପଢନ୍ତୁ- କଲବଲ କରୁଛି ଘନ କୁହୁଡ଼ି : ଭୁବନେଶ୍ଵର ବିମାନବନ୍ଦରରୁ ଉଡୁନି ବିମାନ, ଯାତ୍ରୀ ହନ୍ତସନ୍ତ