ଭଦ୍ରକ, ୦୮/୦୮: ଭାରତୀୟ ଯବାନ ଭାଇଙ୍କ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରୁ ଯାଉଛି ରାକ୍ଷୀ। ଯବାନ ଭାଇଙ୍କ ପାଇଁ ଶୁଭ ମନାସି ସ୍ନେହ ମମତାରେ ସଭିଏଁ ପଠାଉଛନ୍ତି ରାକ୍ଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ଅଞ୍ଚଳର ଏକ ଘରୋଇ ସ୍କୁଲ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କୁନି କୁନି ଭଉଣୀମାନେ ଜଣକ ପରେ ଜଣେ ଆସି ଆଣିଥିବା ରାକ୍ଷୀକୁ ଏକ ବାକ୍ସରେ ଭରୁଛନ୍ତି । ଆମ ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନଙ୍କ ପାଇଁ ଏହି ରାକ୍ଷୀ ପଠାଯିବ ।
ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ଅତି ଆପଣାର ସହିତ ଘରୁ ରାକ୍ଷୀ ଆଣିଥିଲେ । ଆଣିଥିବା ରାକ୍ଷୀ କେମିତି ଯବାନ ଭାଇଙ୍କ ହାତରେ ଯାଇ ସୁରକ୍ଷାର କବଚ ହେବ, ସେଥିପାଇଁ ଆଶା ବାନ୍ଧି ଖୁସି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ।