ମୁମ୍ବାଇ,୧୦/୫ : ସାଉଥ ସୁପରଷ୍ଟାର ରାମ ଚରଣ ଏବେ ନିଜ ଆଗାମୀ ଫିଲ୍ମ ‘ପେଡ୍ଡୀ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ୪ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ରାମ ଚରଣଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ଫ୍ୟାନ୍ସ ଏହାକୁ ନେଇ ବହୁ ଉତ୍ସାହିତ ଅଛନ୍ତି । ଏହା ମଧ୍ୟରେ ତାଙ୍କର ଏକ ଏୟାରପୋର୍ଟ ଲୁକ୍ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ତାଙ୍କର ବଡି ଏବଂ ତାଙ୍କର ଅନ୍ଦାଜ୍ ବହୁ ଡାନ୍ସିଂ ଲାଗୁଛି ।

ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ରାମ ଚରଣ ଏୟାରପୋର୍ଟ୍ ବାହାରକୁ ଆସୁଥିବା ନଜର ଆସୁଛନ୍ତି । ଏଥିରେ ସେ ବ୍ଲୁ କଲରର ସାର୍ଟ ଏବଂ ନେଭି କଲରର ପ୍ୟାଣ୍ଟ ପିନ୍ଧିଛନ୍ତି । ଲମ୍ବା ଚୁଟି, ବଡ଼ ଦାଢୀ ଏବଂ ସନଗ୍ଲାସେସରେ ସେ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି । ଏୟାରପୋର୍ଟରେ ସେ ନିଜ ଫୋନରେ କିଛି ଦେଖିକି ଆଗକୁ ବଢୁଛନ୍ତି । ଏହାସହ ତାଙ୍କ ଫିଟ୍ ବଡି ସମସ୍ତଙ୍କ ଧ୍ୟାନ ଟାଣୁଛି ।

କିଛି ସମୟ ପୂର୍ବରୁ ରାମ ଚରଣ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଜିମରେ ବଡ଼ି ବନାଉଥିବା ନଜର ଆସିଥିଲେ । ‘ପେଡ୍ଡୀ’ରେ ତାଙ୍କ ଚରିତ୍ର ଏକ ମଲ୍ଲଯୋଦ୍ଧାର ଅଟେ, ଯେଉଁଥି ଲାଗି ସେ ବହୁତ ପରିଶ୍ରମ କରୁଛନ୍ତି ଏବଂ ନିଜକୁ ଟ୍ରାନ୍ସଫର୍ମ କରିଛନ୍ତି ।