ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ସ୍ଥିତ ଜଙ୍ଗିପୁରରେ ରାମନବମୀ ଶୋଭାଯାତ୍ରା ବେଳେ ଶୁକ୍ରବାର ହିଂସାକାଣ୍ଡ ତେଜିଛି। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଇଟା ପଥର ଫିଙ୍ଗା ଫୋପଡ଼ାରେ ପୂରା ଅଞ୍ଚଳରେ ମାହୋଲ ବିଗିଡ଼ି ଯାଇଛି। ସ୍ଥିତି ଉପରେ କାବୁ କରିବା ପାଇଁ ପୁଲିସ ଓ ସେଣ୍ଟ୍ରାଲ ଫୋର୍ସର ଯବାନ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ପୁଲିସର ଦାବି ଯେ, ସ୍ଥିତିକୁ କାବୁ କରାଯାଇଛି।

ସୂଚନା ଅନୁସାରେ , ରାମନବମୀର ଅବସରରେ ରଘୁନାଥଗଞ୍ଜରେ ମାକେଞ୍ଜି ଫିଲ୍ଡରୁ ପ୍ରସେସନ ବାହାରୁ ଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ହୋଇଥିଲେ। ଏହି ସମୟରେ ଯେବେ ଶୋଭାଯାତ୍ରା ଫୁଲତଲା ସ୍କ୍ୱୋୟାରରେ ପହଞ୍ଚିଲା ତ ଏହା ଉପରେ ଆକ୍ରମଣର ହୋଇଥିବା ଅଭିଯୋଗ କରାଯାଇ ଥିଲା। ଦାବି କରାଯାଇଛି ଯେ, ନିକଟସ୍ଥ ଛାତରୁ ଶୋଭାଯାତ୍ରା ଉପରେ ପଥରବାଡ଼ ହୋଇଥିଲା। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ରଘୁନାଥଗଞ୍ଜ ସହର ଦେଇ ଯାଉ ଥିବା ବେଳେ ପୁଣି ଥରେ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିଲା। ଏଥିରେ ହିଂସାକାଣ୍ଡ ତେଜି ଥିଲା। ତୁରନ୍ତ ପୁଲିସ ପରିସ୍ଥିତିକୁ ସମ୍ଭାଳି ଥିଲା । ଏବେ ସ୍ଥିତି ଠିକ୍ ଅଛି।

କହି ରଖୁଛୁ କି, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟର ଭୋଟିଂ ୨୩ ଅପ୍ରେଲରେ ହେବ , ଦ୍ୱିତୀୟ ପର୍ଯ୍ୟାୟର ଭୋଟଦାନ ୨୯ ଅପ୍ରେଲରେ ହେବ। ୪ ମେ’ରେ ଅନ୍ୟ ରାଜ୍ୟ ସହ ଫଳାଫଳ ଘୋଷିତ କରାଯିବ। ରାଜ୍ୟରେ ପ୍ରମୁଖ ଭାବେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ମୁକାବିଲା ହେଉଥିବା ବେଳେ , କଂଗ୍ରେସ ଓ ଲେଫ୍ଟ ପାର୍ଟିମାନେ ମଧ୍ୟ ପୂରା ଜୋରସୋରରେ ନିର୍ବାଚନ ଲଢୁଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ଲଦ୍ଦାଖରେ ହିମସ୍ଖଳନର ଆତଙ୍କ , ୭ ମୃତ ; ଶ୍ରୀନଗର-ଲେହ ହାଇୱେ ବନ୍ଦ