ଭୁବନେଶ୍ବର : ପ୍ରେସମିଟ କରି ବିସ୍ଫୋରକ ବୟାନ ଦେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । କହିଲେ ବିବେକ କହିଲା ବିଜେଡିଠୁ ପ୍ରତିଶୋଧ ନେବାକୁ । ମୋ ବୁଢ଼ା ବାପାଙ୍କ ନାଁରେ ମଧ୍ୟ କେସ୍ କରିଥିଲେ । ୨୪ ବର୍ଷ ଶାସନରେ ବିଜେଡି ବହୁ ହଇରାଣ କରୁଥିଲା । ଠିକ୍ ସମୟରେ ପ୍ରତିଶୋଧ ନେଇ ଠିକ୍ କରିଛି । ମୁଁ ବାପାର ସ୍ବାଭିମାନ ରକ୍ଷା କରିଛି ।

​​​​​​​

ସେପଟେ କଂଗ୍ରେସରୁ ନିଲମ୍ବିତ ହୋଇଥିବାବେଳେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ରମେଶ ଜେନା । ଭକ୍ତ ଦାସଙ୍କ ଅଭିଜ୍ଞତା ନଥାଇ ସେ କେବଳ ପଦବୀ ମାଡ଼ି ବସିଛନ୍ତି । ସେ ବିଭିନ୍ନ କକମ୍ପାନୀ ଦ୍ବାରା ପରିଚାଳିତ । କଂଗ୍ରେସକୁ ବୁଡେଇ ଦେବେ ଏହାସହ ସମସ୍ତଙ୍କ ମତ ନନେଇ ହିଟଲର ଶାସନ ଚଳାଇଛନ୍ତି । ନୂଆପଡ଼ାରେ ଘାଷିରାମ ମାଝିଙ୍କୁ ମନଇଛା ଟିକେଟ୍ ଦେଇଥିଲେ । ଏହାସହ ନିଜର ନିଲମ୍ବନକୁ ନେଇ ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି କି, ମୁଁ ଏହାକୁ ସ୍ବାଗତ କରୁଛି । ଓପନ୍ କଲେ ପ୍ରତିଶୋଧ ନେଇହୁଏ ନାହିଁ କିନ୍ତୁ ସାଇଲେଣ୍ଟ ରହିଲେ ପ୍ରତିଶୋଧ ନେଇହୁଏ ବୋଲି କହିଛନ୍ତି । ଏହାସହ କହିଛନ୍ତି କି, କଂଗ୍ରେସର ୫ କ୍ରସ୍ ଭୋଟ୍ ହୋଇଛି । ଏହି ୫ଟି ଦିଲ୍ଲୀପ ରାୟଙ୍କୁ ଯାଇଛି ।

ଏହାସହ ପଢ଼ନ୍ତୁ : ସଂସଦରେ ଉଠିଲା‘ସର୍କେ ଚୁନର୍ ତେରୀ ସର୍କେ’ବିବାଦ, ଅଶ୍ବିନୀ ବୈଷ୍ଣବ କହିଲେ…